Home Breaking News ଟ୍ରକ୍ ଧକ୍କାରେ ୩ ମୃତ: ଘଟଣାସ୍ଥଳରେ ଚାପା ଉତ୍ତେଜନା

ଟ୍ରକ୍ ଧକ୍କାରେ ୩ ମୃତ: ଘଟଣାସ୍ଥଳରେ ଚାପା ଉତ୍ତେଜନା

by Times One Odia
Share with
     
 
 
   

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଆଉ ଜଣଙ୍କର ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।ଲୁହାପଥର ବୋଝେଇ ଟ୍ରକ ଧକ୍କାରେ କକା-ପୁତୁରା ମୃତ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବଡଡାଳିମାରେ ଘର ସାମ୍ନାରେ କକା-ପୁତୁରାଙ୍କୁ ଧକ୍କା ଦେଇଛି ଟ୍ରକ। ଜଣେ ବହଳଦାରେ ପ୍ରାଣ ହରାଇଥିବା ବେଳେ ମୃତକ ହେଲେ ତାରିଣୀ ବେହେରା ଓ ସିପୁ ବେହେରା । ତେବେ ଗାଡି ଫେରାର ହେବା ପରେ ମଧ୍ୟ ତିରିଂ ବୋର୍ଡର ନିକଟସ୍ଥ ଝାଡଖଣ୍ଡ ସୀମାରେ ଜଣେ ସ୍କୁଟି ଚାଳକଙ୍କୁ ଚାପି ଦେଇଥିବା ସୂଚନା। ଟ୍ରକ ଡ୍ରାଇଭର ତିରିଂ ଥାନାରେ ଅଟକ ଅଛି। ଘଟଣାସ୍ଥଳରେ ଗୁରୁବାର ରାତିରୁ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ରାତି ପ୍ରାୟ ୧୦ଟା ପରଠାରୁ ୨୨୦ ନଂ ଜାତୀୟ ରାଜପଥ ଅବରୋଧ । ଉଭୟ ପଟୁ ଶତାଧିକ ଗାଡି ଛିଡ଼ା ହୋଇ ରହିଥିବା ସୂଚନା ମିଳିଛି। ଉତ୍ୟକ୍ତ ଲୋକେ ଜାତୀୟ ରାଜପଥରେ ପଥର ପକାଇ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଛିଡ଼ା ହୋଇଥିବା ଟ୍ରକ ଗୁଡ଼ିକର କାଚ ଭାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ କ୍ଷତିପୂରଣ ଦାବି ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି । ସେପଟେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ତିରିଂ ଥାନା ପୋଲିସ ସମେତ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

related posts

Leave a Comment