Home Breaking News / ତାଜା ଖବର ପୁଅକୁ ମିଳିଲା ଭିସା, କ୍ରୀଡା ମନ୍ତ୍ରାଳୟକୁ ଧନ୍ୟବାଦ ଦେଲେ ସାନିଆ ମିର୍ଜା

ପୁଅକୁ ମିଳିଲା ଭିସା, କ୍ରୀଡା ମନ୍ତ୍ରାଳୟକୁ ଧନ୍ୟବାଦ ଦେଲେ ସାନିଆ ମିର୍ଜା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସ ଆଗରୁ ୟୁକେରେ କିଛି ଟୁର୍ଣ୍ଣାମେଂଟ ଖେଳିବେ ଭାରତର ଟେନିସ୍ ସେସନସେସନ୍ ସାନିଆ ମିର୍ଜା । ଏହି ଟୁର୍ଣ୍ଣାମେଂଟ ପାଇଁ ସେ ତାଙ୍କର ପୁଅ ଓ ଭଉଣୀ ପାଇଁ ଭିସା ଆବେଦନ କରିଥିଲେ । ଭାରତୀୟ କ୍ରୀଡା ମନ୍ତ୍ରାଳୟ ସାନିଆ ମିର୍ଜାଙ୍କ ଆବେଦନ ଅନୁସାରେ ତାଙ୍କୁ ଭିସା ପ୍ରଦାନ କରିଛନ୍ତି । ଏନେଇ ଭାରତୀୟ ଟେନିସ୍ ଅଥରିଟି ସ୍ପଷ୍ଟ କରିଛନ୍ତି । କରୋନା କାଳରେ ସଠିକ୍ ସମୟରେ ଭିସା ମିଳିଯାଇଥିବାରୁ , ଭାରତୀୟ କ୍ରୀଡା ମନ୍ତ୍ରାଳୟକୁ ସାନିଆ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଏହି ଟୁଇଟ୍ ରେ ପୁଅ ଇଜହାନ ଓ ଉଭଣୀ ଅନମୁଭିଜାଙ୍କୁ ଭିଜା ମିଳିବା ନେଇ ସ୍ପଷ୍ଟ କରିଛନ୍ତି । ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିବା ସାନିଆ ମିର୍ଜା ନିଜ କ୍ୟାରିୟରରେ ୬ଟି ଡବଲ ସ୍ଲାମ ଟାଇଟଲ୍ ହାସଲ କରିଛନ୍ତି । ୩୪ ବର୍ଷିୟ ସାନିଆ ୧୪ ଜୁନ୍ ରେ ବର୍ମିଂହାମ ଓପନ, ଜୁନ୍ ୨୦ ତାରିଖରେ ଇବନ ଓପନ ଏବଂ ଜୁନ୍ ୨୮ ତାରିଖରେ ୱିମ୍ୱଲଡନ୍ ଓପନରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

related posts

Leave a Comment