Home Breaking News / ତାଜା ଖବର ଜୁନ୍ ୧୩ ତାରିଖ ସୁଦ୍ଧା ଜବାବ ରଖ: ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜୁନ୍ ୧୩ ତାରିଖ ସୁଦ୍ଧା ଜବାବ ରଖ: ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କାଳରେ ବାବା ରାମଦେବ ଓ ଭାରତୀୟ ମେଡିକାଲ ଆସୋସିଏସନ୍ ମଧ୍ୟରେ ଦେଖା ଦେଇଥିବା ବିବାଦ ମାମଲାରେ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ସମନ୍ ଜାରି କରିଛନ୍ତି । ଜୁନ୍ ୧୩ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାହାକୁ ଉସୁକାଇଲା ପରି କୌଣସି ବୟାନ୍ ନରଖିବାକୁ ହାଇକୋର୍ଟ ତାଗିଦ୍ କରିଛନ୍ତି । ଏଲୋପାଥିକ୍ ଚିକିତ୍ସା ବିରୋଧରେ ବୟାନ୍ ଦେଇ ଅଡୁଆ ଭିତରେ ଫସି ଯାଇଛନ୍ତି ବାବା ରାମଦେବ ।
ଭାରତୀୟ ମେଡିକାଲ ଆସୋସିଏସନ୍ ପ୍ରଥମେ ଜୁନ୍ ୧ ତାରିଖରେ କଳାବ୍ୟାଚ୍ ପିନ୍ଧି ବିରୋଧ କରି କଳାଦିବସ ପାଳନ କରିଥିଲା । ଏହା ପରେ ଥାନାରେ ଏତଲା ହୋଇଛି । ଫଳରେ ରାମଦେବଙ୍କ ବିବାଦୀୟ ବୟାନ୍ ପହଁଚିଛି କୋର୍ଟରେ । ବାବା ରାମଦେବଙ୍କୁ ନୋଟିସ ପଠାଇ ଜବାବ ତଲବ କରିବା ସହ ଏଲୋପାଥି ବିରୋଧରେ କୌଣସି ବିବାଦୀୟ ବୟାନ ନଦେବାକୁ ପରାମର୍ଶ ଦେଇଛନ୍ତିା ସେହିପରି ଡିଏମଏକୁ ତୁଛା ତର୍କରେ ନ ମାତି କରୋନା ମୁକାବିଲା ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି ।
ଦିଲ୍ଲୀ ମେଡିକାଲ ଆସୋସିଏସନ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ହାଇକୋର୍ଟ ବାବା ରାମଦେବଙ୍କୁ ସମନ ପଠାଇଛନ୍ତି । ପରବର୍ତି ଶୁଣାଣି ଯାଏଁ ଏଲୋପାଥିକୁ ନେଇ କୌଣସି ବିବାଦୀୟ ବୟାନ ନଦେବାକୁ ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ । ପତଞ୍ଜଳି ପୀଠ ପକ୍ଷରୁ ପ୍ରସ୍ତୁତ କରୋନିଲ କି୍ଟ କରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରୁଥିବା ଭଳି ଭ୍ରାମକ ପ୍ରଚାର ଉପରେ ରୋକ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମେଡିକାଲ ଆସୋସସିଏସନ । ଏହାଛଡା ସାର୍ବଜନୀନ ଭାବେ ରାମଦେବ ଦେଉଥିବା ବୟାନ ଡାକ୍ତର ଓ ବିଜ୍ଞାନର ମର‌୍ୟ୍ୟାଦା ହାନି କରିଥିବା ଆବେଦନରେ ଦର୍ଶାଇଛନ୍ତି ଡିଏମଏ । ଏନେଇ ଯୋଗଗୁରୁଙ୍କ ସମେତ କିଛି ସୋସିଆଲ ମିଡିଆକୁ ଜବାବ ତଲବ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଏଲୋପାଥି ଚିକିତ୍ସାକୁ ଅସମ୍ମାନ ଓ ଭୁଲ ଭାବେ ରାମଦେବ ବାଖ୍ୟା କରିଥିବା ଅଭିଯୋଗ ଆଣି ଇଣ୍ଡିଆନ ମେଡିକାଲ ଆସୋସିଏସନର ଥାନାରେ ଏତଲା ଦେବାର ଦିନକ ପରେ ବାବାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଛି ଦିଲ୍ଲୀ ମେଡିକାଲ ଆସୋସିଏସନ । ଦିଲ୍ଲୀ ହାଇକୋର୍ଟ ଜୁଲାଇ ୧୩ ତାରିଖରେ ଯୋଗଗୁରୁ ରାମଦେବଙ୍କ ବିରୋଧରେ ହୋଇଥିବା ସୁଟର ପରବର୍ତି ଶୁଣାଣି କରିବେ । ତେବେ କରୋନିଲ କିଟକୁ ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ ଉପରେ କୋର୍ଟ ଟିପ୍ପଣୀ କରି କହିଥିଲେ, ଯଦି କରୋନିଲ କିଟ୍ ମିଛ ପ୍ରଚାର କରୁଛି, ତେବେ ଆୟୁଷ ମନ୍ତ୍ରାଳୟ ଏହାର ସ୍ୱତଃ ସଂଜ୍ଞାନ ନେବା ଉଚିତ । ଏହାଛଡା କୋର୍ଟ କହିିବ ନାହିଁ କରୋନିଲ କରୋନାର ଔଷଧ ନା ନୁହେଁ, ଏହା କେବଳ ବିଶେଷଜ୍ଞ ହିଁ କହିପାରିବେ ।

related posts

Leave a Comment