Home Breaking News / ତାଜା ଖବର ଓଟିଟି ପ୍ଲାଟଫର୍ମରେ ଆସୁଛି ଓଡିଶା ହକି ବିଶ୍ୱକପକୁ ନେଇ ଫିଲ୍ମ-‘ଦି ମାଉଣ୍ଟେନ୍ ହକି’

ଓଟିଟି ପ୍ଲାଟଫର୍ମରେ ଆସୁଛି ଓଡିଶା ହକି ବିଶ୍ୱକପକୁ ନେଇ ଫିଲ୍ମ-‘ଦି ମାଉଣ୍ଟେନ୍ ହକି’

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶା ତଥା ଅଗଣିତ ହକି ପ୍ରେମୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଖୁବ ଶୀଘ୍ର ଡିଜନି ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ଡକ୍ୟୁମେଣ୍ଟାରୀ ଫିଲ୍ମ ‘‘ଦ ମାଉଣ୍ଟେନ ହକି’’ । ଓଡିଶାରେ ହକିକୁ ଆଦୃତ କରାଇବାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ୨୦୧୮ ମସିହାରେ ଓଡ଼ିଶା ରେ ଆୟୋଜିତ ହେଇଥିବା ହକି ବିଶ୍ଵ କପ୍ ପରେ ଫିଲ୍ମ୍ ର ନିର୍ମାତା ଏଭଳି ଏକ ଫିଲ୍ମ୍ କରିବାକୁ ଯୋଜନା କରିଥିଲେ।
ଜଣେ ବ୍ୟକ୍ତି ପାହାଡ଼ ଉପରେ ୪୦୦ରୁ ଉର୍ଦ୍ଧ୍ବ ଆଦିବାସୀ ଝିଅଙ୍କୁ କେମିତି ହକି ଶିଖାଉଛନ୍ତି ତାହାରି ଉପରେ ଆଧାରିତ ଅଛି ଏହି ଚଳଚ୍ଚିତ୍ର ରେ। ଅତ୍ୟନ୍ତ ଗର୍ବର କଥା ଯେ, ହଟଷ୍ଟାର ଏହାକୁ ପ୍ରସାରଣ କରିବାକୁ ଯାଉଛି । ଏହା ହେଉଛି ଓଡିଆ ଭାଷାରେ ପ୍ରଥମ ଡକ୍ୟୁମେଣ୍ଟାରୀ ଯାହା କୌଣସି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ରାଜ କିଶୋର ହୋତା ଓ ମନୀଷ ଭୂଷଣ ମିଶ୍ର ।

related posts

Leave a Comment