Home Breaking News / ତାଜା ଖବର କେନ୍ଦ୍ର ନୋଟିସର ଜବାବ ରଖିଲେ ଅଳ୍ପନ ବନ୍ଦୋପାଧ୍ୟାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଲଦିଦେଲେ ଦୋଷ

କେନ୍ଦ୍ର ନୋଟିସର ଜବାବ ରଖିଲେ ଅଳ୍ପନ ବନ୍ଦୋପାଧ୍ୟାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଲଦିଦେଲେ ଦୋଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଆଳପନ ବନ୍ଦୋପାଧ୍ୟାୟ କେନ୍ଦ୍ର ସରକାରଙ୍କ ନୋଟିସ୍‌ର ଜବାବ ଦେଇଛନ୍ତି। ବାତ୍ୟା ୟାସ୍ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସେ ସାମିଲ ହୋଇନଥିବାରୁ ତାଙ୍କୁ ଜାବବ ଦେବାକୁ କୁହାଯାଇଥିଲା। କୋଲକାତାର ସିଚିବାଳୟର ଅଧିକାରୀ କହିଛନ୍ତି ଆଳପନ କେନ୍ଦ୍ର ନୋଟିସ୍‌ର ଜବାବ ଦେଇଛନ୍ତି। ସଚିବାଳୟର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ବନ୍ଦୋପାଧ୍ୟାୟ ନିଜ ଜବାବରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶ କ୍ରମେ ସେ ମୋଦୀଙ୍କ ସମୀକ୍ଷା ବୈଠକରେ ସାମିଲ ହୋଇନଥିଲେ।
୩୧ ମେ’ରେ କେନ୍ଦ୍ର ପକ୍ଷରୁ ଆଳପନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା। ୧୯୮୭ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବନ୍ଦୋପାଧ୍ୟାୟ ସରକାରଙ୍କ ଦ୍ବାରା ୩ ମାସ କାର‌୍ୟ୍ୟକାଳ ବୃଦ୍ଧିର ଲାଭ ଉଠାଇବା ପରିବେର୍ତ ୩୧ ମେ’ରେ ଅବସର ନେଇଥିଲେ। ସେହି ଦିନ ତାଙ୍କୁ ଏହି ନୋଟିସ୍ ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା ବୖଠକରେ ସାମିଲ ନହେବାକୁ ନେଇ ଆଳପନ ଚର୍ଚ୍ଚାକୁ ଆସିଥିଲେ। ବୈଠକରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସାମିଲ ହୋଇଥିଲେ। ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଏହି ବୈଠକ ତାଙ୍କର ଏବଂ ପ୍ରଧାନମନ୍ତ୍ରୀ ସହ ଥିଲା। କିନ୍ତୁ ଏହା ପୂର୍ବରୁ ବିଜେପିର ନେତାଙ୍କୁ ବୈଠକରେ ସାମିଲ କରାଯାଇଥିଲା। ବିବାଦ ହେବା ପରେ ୩୧ ମେ’ରେ ଆଳପନ ବନ୍ଦୋପାଧ୍ୟାୟ ମୁଖ୍ୟ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ପରେ ମମତା ବାନାର୍ଜୀ ତାଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।

related posts

Leave a Comment