Home Breaking News କଲ୍ୟାଣ ମଣ୍ଡପ ଉଦଘାଟନ କଲେ ମନ୍ତ୍ରୀ ଜଗନାଥ ସାରାକା

କଲ୍ୟାଣ ମଣ୍ଡପ ଉଦଘାଟନ କଲେ ମନ୍ତ୍ରୀ ଜଗନାଥ ସାରାକା

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ବହୁତ ଦିନର ଅପେକ୍ଷା ପରେ ଲୋକଙ୍କ ଆଶା ପୂରଣ ହେବାକୁ ଯାଉଛି। ଏହି ଉଦ୍ଘାଟନକୁ ଅନେକ ଦିନ ଅପେକ୍ଷା କରିବାକୁ ପଡିଛି ଜନ ସାଧରଣଙ୍କୁ।ସେ ଜାହେଉ ଶେଷରେ ଜାଗା ଚିହ୍ନଟ କରାଯାଇ କଲ୍ୟାଣ ମଣ୍ଡପ ପାଇଁ ଭିତି ପ୍ରସ୍ତର ସ୍ଥାପନ କରାଯାଇଛି। ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ନିକଟସ୍ଥ ଲଷ୍ମୀ ନଗର ଠାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନାଥ ସାରାକା ଙ୍କ କର କମଳ ରେ ଉଦଘାଟିତ ହୋଇଛି। ପ୍ରାଥମିକ ଭାବେ କୋଡିଏ ଲକ୍ଷ ଆସିଛି ତାହା ବଢିକି ପଚାଶ ଲକ୍ଷ ପର୍ଯ୍ୟନ୍ତ ହେବ ବୋଲି କୁହା ଯାଇଛି। ପ୍ରକାଶ ଯୋଗ୍ୟ ଏହିକିଯେ ଗ୍ରାମ ମଧ୍ୟରେ ରହିଥିବା ଏକ ସରକାରୀ ଜାଗାରେ ଏହି ମଣ୍ଡପ ନିର୍ମାଣ କରାଇବା ପାଇଁ ପ୍ରଥମେ ଆଲୋଚନା ହୋଇ କରାଯିବାପାଇଁ ଜାଗା ସଫା କରା ଯାଉଥିବା ବେଳେ ଦଖଲରେ ଥିବା ବ୍ୟକ୍ତିଙ୍କ ବିରୋଧ ଯୋଗୁଁ ତାହା ସ୍ଥଗିତ ରହିଥିଲା । ଏହି ମଣ୍ଡପ ହେଲେ ଗ୍ରାମ ତଥା ଆଖ ପାଖ ଲୋକଙ୍କ ର କାର୍ଯ୍ୟରେ ନିୟୋଜିତ ହେବ ବୋଲି କହିଛନ୍ତି। ଏହି ଉଦଘାଟନୀ ସଭାରେ ସିକରପାଇ ସରପଞ୍ଚ ଅମ୍ବିକା ସାରକା, ବିଡ଼ିଓ କାଳୁ ଚରଣ ନାୟକ, କଲ୍ୟାଣସିଙ୍ଘପୁର ବ୍ଲକ ସାଂସଦ ପ୍ରତିନିଧି ଜି ଶ୍ରୀନୁ, ବରିଷ୍ଠ ନେତା ଦୁଖୁ ଗୌଡ଼,ପୂର୍ବତନ ସରପଞ୍ଚ ସାରବୁ ସାରାକା ,ପ୍ରଭାକର ପାତ୍ର ଓ ଅନ୍ୟ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ନଥିଲେ।

related posts

Leave a Comment