Home Breaking News / ତାଜା ଖବର କରୋନା ଟୀକା ନେଲେ ମାଗଣାରେ ମିଳିବ ବିୟର, ଜାଣନ୍ତୁ କେଉଁଠାରେ?

କରୋନା ଟୀକା ନେଲେ ମାଗଣାରେ ମିଳିବ ବିୟର, ଜାଣନ୍ତୁ କେଉଁଠାରେ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା ମହାମାରୀରୁ ବଂଚିବାକୁ ହେଲେ ଟିକା ହିଁ ଏକମାତ୍ର , ସବୁଠାରୁ ଶକ୍ତିଶାଳୀ ବିକଳ୍ପ । ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ସରକାର ଗ୍ରହଣ କରୁଛନ୍ତି ବିଭିନ୍ନ ଉଦ୍ୟମ । ଏପରି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନୂଆ ବାଟ ଆପଣାଇଛନ୍ତି । ସାରା ଆମେରିକା ବାସୀଙ୍କୁ ସେ ଆଶ୍ୱସ୍ତି କରିବାକୁ କହିିଛନ୍ତି କରୋନା ଟିକାକୁ ନେଇ ଭୟ କରିବାର କିଛି ନାହିଁ । ଭୟ ନକରି ଟିକା ନିଆ, ମାଗଣାରେ ବିୟର ପିଇବାକୁ ଦିଆଯିବ । ଅଧିକରୁ ଅଧିକ ଆମେରିକୀୟ ଯେପରି ଟିକା ନେବେ ସେଥିପାଇଁ ଆମେରିକା ରାଷ୍ଟ୍ରପତି ଏପରି ବାଟ ଗ୍ରହଣ କରିଛନ୍ତି । ଜୁଲାଇ ୪ ତାରିଖରେ ଛୁଟିରେ ଯିବା ଆଗରୁ ଆମେରିକାରେ ଭାକସିନ୍ କାର୍ଯ୍ୟକ୍ରମକୁ ଅଧିକ ବେଗ ଦେବାକୁ ବାଇଡେନ୍ ପ୍ରଶାସନ ଏପରି ବାଟ ଗ୍ରହଣ କରିଛନ୍ତି । ଆମେରିକାର ୧୩୩ ନିୟୁତ ଲୋକ ବର୍ତମାନ ସୁଦ୍ଧା ଟିକା ନେଇ ସାରିଲେଣି । ଦେଶର ୭୫ ଭାଗ ଲୋକଙ୍କୁ ତୁରନ୍ତ ଟିକା ଦେବାକୁ ଯୋଜନା କରି ଆମେରିକାକୁ ଭାଇରସ୍ ଶୂନ୍ୟ ଦେଶ କରିବାକୁ ଚାହିଁଛନ୍ତି ରାଷ୍ଟ୍ରପତି ବାଇଡେନ୍ ।

related posts

Leave a Comment