Home Breaking News ଖୁବଶୀଘ୍ର ଦେଶକୁ ଆସିବ ଆଉ ଏକ ସ୍ୱଦେଶୀ ଟିକା

ଖୁବଶୀଘ୍ର ଦେଶକୁ ଆସିବ ଆଉ ଏକ ସ୍ୱଦେଶୀ ଟିକା

by Times One Odia
Share with
     
 
 
   

କରୋନାର ଦ୍ୱିତୀୟ ଲହରର ଭୟଙ୍କର ଖବର ଭିତରେ ବି ଆସିଛି ଏକ ଭଲ ଖବର । ଯାହା ସାରା ଦେଶବାସୀଙ୍କୁ ଆଶ୍ୱସ୍ତ କଲା ପରି ରହିଛି । ଖୁବଶୀଘ୍ର ଦେଶକୁ ଆସୁଛି ଆଉ ଏକ ସ୍ୱଦେଶୀ କରୋନା ଟିକା । ଏହି କରୋନା ଟିକାକୁ ଭାରତୀୟ କମ୍ପାନୀ ବାୟୋଲଜିକାଲ ଇ ଲିମିଟେଡ୍ ଆଣିବାକୁ ଯାଉଛି । ଭାରତ ବାୟୋଟେକର କୋଭାକ୍ସିନ, ସେରମ ଇନଷ୍ଟିଚୁଟର କୋଭିସିଲଡ ପରେ ବାୟୋଲଜିକାଲ ଇ ର କରୋନା ଟୀକା ହେବ ଦେଶର ତୃତୀୟ ସ୍ୱଦେଶୀ କରୋନା ଟିକା ।
ଏହି କରୋନା ଟିକା ବର୍ତମାନ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅବସ୍ଥାରେ ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଭଲ ସଫଳତା ଦେଇଛି ଏହି ଟିକା । କେନ୍ଦ୍ର ସରକାର ଏହି ନୂଆ ସ୍ୱଦେଶୀ ଟିକାର ୩୦ କୋଟି ଡୋଜ୍ ବୁକ୍ କରି ସାରିଛନ୍ତି । ଏଥିପାଇଁ ବାୟୋଲଜିକାଲ ଇ ଲିମିଟେଡକୁ ଭାରତ ସରକାରଙ୍କୁ ଦେବାକୁ ପଡିବ ୧୫ ଶହ କୋଟି ଟଙ୍କା । ଏହି ଟଙ୍କାକୁ ଅଗ୍ରୀମ ଆକାରରେ ଦେବାକୁ ହେବ ।
ଆସନ୍ତା ଅଗଷ୍ଟରୁ ଡିସେମ୍ୱର ମାସ ମଧ୍ୟରେ ଏହି ଟିକା ଆସିବ ବୋଲି ସୂଚନା ମିଳିଛି । ତେଣୁ ଆସନ୍ତ ୩ ମାସରେ ଏହି ତୃତୀୟ ଦେଶୀ ଟିକା ଦେଶରେ ଉପଲବ୍‌ଧ ହେବ ବୋଲି ଆଶା କରାଯାଉଛି ।

related posts

Leave a Comment