Home Breaking News / ତାଜା ଖବର ବୀରମହାରାଜପୁର ଉପଜିଲ୍ଲାପାଳଙ୍କ ଚଢାଉ: ବେଆଇନ ମେଡିକାଲ ସିଲ

ବୀରମହାରାଜପୁର ଉପଜିଲ୍ଲାପାଳଙ୍କ ଚଢାଉ: ବେଆଇନ ମେଡିକାଲ ସିଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାନପୁର ଛକ ନିକଟରେ ଥିବା ପରିଡା ମେଡିକାଲକୁ ଆଜି ଗୁରୁବାର ଦିନ ପ୍ରଶାସନ ତରଫରୁ ବନ୍ଦ କରି ବନ୍ଦ କରିଛି  । ସରକାରଙ୍କ ସମସ୍ତ ନିୟମକୁ ଉଲଙ୍ଘନ କରି ଦୀର୍ଘଦିନ ହେଲା ଉକ୍ତ ସ୍ଥାନରେ ବେଆଇନ ଭାବରେ ପାଥୋଲ୍ୟାବ ଖୋଲି ଚିକିତ୍ସା କରିବା ସହ ଔଷଧ ବିକ୍ରୀ କରୁଥିବା ଏବଂ କୋଭିଡ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ସାମାଜିକ ଦୂରତା ବଜାୟୀ ରଖୁନଥିବା ସହ ଗହଳୀ କରୁଥିବା ନେଇ ସ୍ଥାନୀୟ ଲୋକ ଉଲୁଣ୍ଡା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗପାଇ ଗୁରୁବାର ଦିନ ପୂର୍ବାହ୍ନ ସମୟରେ ବିରମହାରାଜପୁର ଉପଜିଲ୍ଲାପାଲ ଅଶୋକ କୁମାର ଭୋଇ, ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ପରିଡା ମେଡିକାଲରେ ଚଢାଉ କରିଥିଲେ । ମାତ୍ର  ଚଢାଉ ପୂର୍ବରୁ ଚତୁରତାର ସହିତ ମେଡିକାଲରେ ତାଲା ପକାଇ ସଂପୃକ୍ତ ମାଲିକ ଫେରାର ହୋଇଯାଇଥିଲେ । ଚଢାଉ ସମୟରେ ଉକ୍ତ ମେଡିକାଲରେ ତାଲା ପଡିଥିବାରୁ ଯାଂଚ କରାଯାଇ ପାରିନଥିବା ବେଳେ ସଂପୃକ୍ତ ମାଲିକ ପ୍ରମାଣ ନଷ୍ଟ କରିବା ଆଶଙ୍କା କରି ପ୍ରଶାସନ ତରଫରୁ ଉକ୍ତ ମେଡିକାଲକୁ ବନ୍ଦ କରିଦିଆଯାଇଛି । ତେବେ ପରିଡା ମେଡିକାଲର ମାଲିକ ଆବଶ୍ୟକ ପ୍ରମାଣପତ୍ର ଦେଖାଇବା ପରେ ଉକ୍ତ ମେଡିକାଲ ଖୋଲାଯିବ ଅନ୍ୟଥା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଶ୍ରୀଯୁକ୍ତ ନାଏକ ସୂଚନା ଦେଇଛନ୍ତି । ତେବେ ଦୀର୍ଘଦିନରୁ ଭଦ୍ରକ ଜିଲ୍ଲାର ଦ୍ରୋଣ ପରିଡା ନାମକ ଜଣେ ବ୍ୟକ୍ତି ଉକ୍ତ ପରିଡା ମେଡିକାଲ ଚଲାଉଥିବା ଅଭିଯୋଗ ହୋଇ ଆସୁଥିଲା । କିଛିଦିନ ପୂର୍ବରୁ ପ୍ରଶାସନ ତରଫରୁ ଚଢାଉ କରାଯାଇ ଉଲୁଣ୍ଡା ବ୍ଲକ ଅଂଚଳରେ ବେଆଇନ ଭାବରେ ଚାଲୁଥିବା ୨ଟି ଔଷଧ ଦୋକାନକୁ ବନ୍ଦ କରିଦିଆଯାଇଥିଲା ।

related posts

Leave a Comment