Home Breaking News ପାକିସ୍ତାନ ସରକାର ଲଂଚ କଲେ କରୋନା ଟିକା ‘ପାକ୍ ଭାକ୍‌’

ପାକିସ୍ତାନ ସରକାର ଲଂଚ କଲେ କରୋନା ଟିକା ‘ପାକ୍ ଭାକ୍‌’

by Times One Odia
Share with
     
 
 
   

କରୋନା ଲଢେଇ ଭିତରେ ସାରା ବିଶ୍ୱ ଖୋଜୁଛି କରୋନା ଟିକା । ଏପରି କଷ୍ଟକର ସମୟରେ ପାକିସ୍ତାନ ତିଆରି କରିଛି ଏହାର କରୋନା ଟିକା । ଏ ସମ୍ପର୍କରେ ପାକିସ୍ତାନ ସରକାର ନିଜେ ଘୋଷଣା କରି ସୂଚନା ଦେଇଛନ୍ତି । ତେବେ ଚୀନ୍ କରୋନା ଟିକାକୁ ବ୍ୟବହାର କରି କରୋନା ମୁକାବିଲା କରୁଥିବା ପାକିସ୍ତାନ ପାଇଁ ଏହି କରୋନା ଟିକା ନିଶ୍ଚୟ ବଡ ଉପଲବ୍ଧିର କଥା । ଚୀନ୍ ସହାୟତାରେ ପାକିସ୍ତାନ ଏହି ଟିକାକୁ ପ୍ରସ୍ତୁତ କରିଥିବା ଜଣାପଡିଛି ।
ପାକ୍ ଭାକ୍ ଭ୍ୟାକସିନକୁ ନେଇ ସନ୍ଦେହ
-କେମିତି ଟିକା ତିଆରି କଲା ପାକିସ୍ତାନ, ଜାରି ହୋଇନି ସୂଚନା
-ଟିକାର ପ୍ରରମ୍ଭିକ ଟ୍ରାଏଲ ସମ୍ପର୍କରେ କୌଣସି ସୂଚନା ନାହିଁ
-କେତେ ଜଣଙ୍କ ଉପରେ ଟିକାର ପ୍ରାରମ୍ଭିକ ଟ୍ରାଏଲ ହୋଇଥିଲା
-ଏହି ଟ୍ରାଏଲ ଗୁଡିକରେ କେତେ ପ୍ରତିଶତ ସଫଳତା ଜଣାପଡିନି
-ଟ୍ରାଏଲ ସମୟରେ ପାଶ୍ୱର୍ ପ୍ରତିକ୍ରିୟା ନେଇ ନୀରବ ପାକ୍ ସରକାର

ଜୁଲାଇ ଶେଷ ସମୟ ବେଳକୁ ବକ୍ରି ଇଦ୍ ସମୟରେ ଏହି ଟିକାକୁ ବ୍ୟବହାର କରି ବିଶାଳ ଟିକାକରଣ ଯୋଜନା ରଖିଛି ପାକିସ୍ତାନ । ପାକିସ୍ତାନର ଜନସଂଖ୍ୟା ୨୨ କୋଟି । ଏହା ମଧ୍ୟରୁ ଚୀନ୍ କରୋନା ଟିକାରେ ମାତ୍ର ୭୦ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇପାରିଛି । ଚୀନ୍‌, ଆର୍ଥିକ ଦୁର୍ବଳ ରାଷ୍ଟ୍ର ଗୁଡିକ ପାଇଁ ଦିଆଯାଉଥିବା କରୋନା ଟିକା କାର୍ଯ୍ୟକ୍ରମରେ ଏହି ଟିକା ମାଗଣାରେ ପାଇଥିଲା ପାକିସ୍ତାନ । ପାକିସ୍ତାନ ନିଜେ କରୋନା ଟିକା ପ୍ରସ୍ତୁତି ନେଇ ଘୋଷଣା କରିଥିଲେ ସୁଦ୍ଧା, ନିଜ ଦେଶରେ ଏହି ଟିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

related posts

Leave a Comment