Home Breaking News ଡୋମିନିକା କୋର୍ଟରେ ମେହୁଲ ଚୋକସୀର ଜାମିନ୍ ଖାରଜ

ଡୋମିନିକା କୋର୍ଟରେ ମେହୁଲ ଚୋକସୀର ଜାମିନ୍ ଖାରଜ

by Times One Odia
Share with
     
 
 
   

ପଳାତକ ହୀର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବଡ ଝଟକା ଲାଗିଛି । ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ନିକଟରେ ଆଣ୍ଟିଗୁଆରୁ ନିଖୋଜ ହୋଇଥିବା ଚୋକସି ଡୋମିନିକାରୁ ଧରାପଡ଼ିଥିଲା । ବେଆଇନ୍ ଭାବରେ ପ୍ରବେଶ ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଚୋକସିକୁ ଜାମିନ ଦେବାକୁ ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟ ଖାରଜ କରି ଦେଇଛନ୍ତି । ଚୋକସିଙ୍କ ଓକିଲ୍ ବିଜୟ ଅଗ୍ରଓ୍ୱାଲ କହିଛନ୍ତି, ଜାମିନ ପାଇଁ ସେମାନେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଡୋମିନିକାରୁ ଗିରଫ ପରେ ଚୋକସୀକୁ ଭାରତ ପ୍ରତ୍ୟାର୍ପଣ ନେଇ ଦାବି କରିଛି । ଏ ଦିଗରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଆବଶ୍ୟକ କାଗଜପତ୍ର ବି ଡୋମିନିକା ସରକାରଙ୍କୁ ପ୍ରଦାନ କରାଯାଇଛି । ସିବିଆଇର ଏକ ଟିମ୍ ଡୋମିନିକା ଯାଇଛି ।

related posts

Leave a Comment