ସୋନପୁର: ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଏକ ନିରୀହ ଶିଶୁ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ,ଏହି ଭଳି ଅଭାବନୀୟ ଘଟଣାର ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଗାଁରୁ ଉଲୁଣ୍ଡା ବ୍ଲକ କୋଟସମଲେଇ ଗାଁ ର ଇଶ୍ୱର ଜଗଦଲାଙ୍କ ୫ ବର୍ଷୀୟ ପୁଅ ଚନ୍ଦନ ଜଗଦଲା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଇଶ୍ୱର ଜଗଦଲାଙ୍କ ୫ ବର୍ଷୀୟ ପୁଅ ଚନ୍ଦନଙ୍କ ଦେହ ଖରାପ ହେବାରୁ କୋଟସମଲେଇ ଡାକ୍ତରଖାନାକୁ ନେଇ ଥିଲେ । ସେଠାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଈଶ୍ୱରଙ୍କ ପୁଅକୁ ଚିକିତ୍ସା କରିବା ସହିତ ଏକ ଇଞ୍ଜେକ୍ସନ ଦେଇଥିଲେ ।କିନ୍ତୁ ଇଞ୍ଜେକ୍ସନ ଦେବା ପରେ ଚନ୍ଦନ ଦେହ ଆହୁରି ଖରାପ ହୋଇଯାଇଥିଲା ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆଣିଥିଲେ କିନ୍ତୁ ଡାକ୍ତର ଏଠାରେ ଚନ୍ଦନ କୁ ମୃତ ଘୋଷଣା କରିଛନ୍ତି । ଡ଼ାକ୍ତରଖନାକୁ ଆଣିଲା ବେଳକୁ ଶିଶୁ ର ମୃତ୍ୟୁ ହୋଇ ସାରିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ।ବ୍ୟବଚ୍ଛେଦ କଲାପରେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି।
ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକ୍ସନ ନେଲା ନିରୀହ ଶିଶୁର ଜୀବନ
Share with