Home Breaking News ଗ୍ରାମ୍ୟ ନିର୍ମାଣ ବିଭାଗର ଖାମଖିଆଲି କାରବାର: ସୂଚନା ଫଳକରେ ସୂଚନା ନାହିଁ

ଗ୍ରାମ୍ୟ ନିର୍ମାଣ ବିଭାଗର ଖାମଖିଆଲି କାରବାର: ସୂଚନା ଫଳକରେ ସୂଚନା ନାହିଁ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲପଟନାୟକ): ରାଜ୍ୟସରକାର ପ୍ରତି କାର୍ଯ୍ୟରେସ୍ଵଛ ତା ଉପରେ ଗୁରୁତ୍ଵ ଦେଉଛନ୍ତି ।ଆଉ କାର୍ଯ୍ୟ ଆରମ୍ଭ ହେବା ଦିନରୁ ସମସ୍ତଙ୍କ ଅବଗତି ପାଇଁ ଡିସପ୍ଳେ ବୋର୍ଡ ମାରିବା ଲାଗି ସବୁ ବିଭାଗକୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ହେଲେ ଫୁଲ ବାଣୀ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ଅଧିନ ଜି ଉଦୟଗିରି ଯନ୍ତ୍ରୀମାନୁନଥିବା ଅଭିଯୋଗ ହେଉଛି । ସରକାରୀ ନିତି ନିୟମକୁ ଫୁ କରି କୁ ଆଡେ ଖୋଲାଖୋଲି ପିସି କାରବାର ଚଳାଇଥିବା ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜିଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚ।ୟ ତରଝିମାଙ୍ଗିଆ ସରୁସୁନାଙ୍ଗିଆଯାଏ ରାସ୍ତା କାର୍ଯହୋଇଥିବା କଥା ଫଳକ ଲାଗିଛି । ହେଲେ ଫଳକରେ କାର୍ଯ୍ୟ ଆରମ୍ଭ ଓଶେଷ ତାରିଖ, ମୋଟ ଅଟକଳ ମୁଲ୍ୟ, ରାସ୍ତାର ଦୈର୍ଘ୍ୟ ପ୍ରଶସ୍ଥ, ଦୈନିକ ମଜୁରି ମୂଲ୍ୟ, ଠିକାଦାରଙ୍କ ନାମ ଆଦି ଲେଖିବା କଥା.ହେଲେ ସେ ସବୁକିଛି ଜାଣିଶୁଣି ଲେଖାଯାଇ ନି କୁ ଆଡେ । ରାସ୍ତାକାମ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । କାର୍ଯ୍ୟରତମୁଲିଆ ମାନଙ୍କୁ ମଧ୍ୟ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ କମ ମୂଲ୍ୟକୁ ଆଡେ ଦିଆଯାଇଛି। ଅଭିଯୋଗ କଲେ ଯନ୍ତ୍ରୀ ଠିକାଦାର ମିଶି ଧମକ ଦେଉଥିବା ଶୁଣିବାକୁ ମିଳୁଛି ।
ଯନ୍ତ୍ରୀଙ୍କ ଇଙ୍ଗିତରେ କୁଆଡେ ଠିକାଦାର ଡି ସପ୍ଳେ ବୋର୍ଡରେ ଲେଖି ନ ଥିବା କୁହାଯାଉଛି । କେବଳ ଏହି ଗୋଟିଏ କାମ ନୁହେଁ ଏହି ବ୍ଲକ ଅଧୀନରେ ଅନେକ କାର୍ଯ୍ୟରେ ଡିସପ୍ଳେ ବୋର୍ଡ ନଥିବା ଶୁଣି ବାକୁ ମିଳୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଲୋକଙ୍କୁ ସୂଚନା ଦେବାର ନାହିଁ ଯଦି ତେବେ ବିଭାଗଟଙ୍କା ଖର୍ଚ କରି ଡିସପ୍ଳେ ବୋର୍ଡ ଲଗାଉଛି କାହିକି ? ଦୁର୍ନିତୀ କୁଘଣ୍ଟ ଘୋଢାଇବା ଲାଗି ଯନ୍ତ୍ରୀ ଓ ଠିକା ଦାର ଚତୁରତାର ସହ ତଥ୍ୟ ଦର୍ଶାଉ ନ ଥିବା ଅଭିଯୋଗ ହେଉଛି । ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଗ
ଦାୟୀତ୍ଵରେ ଥିବା ବାଲିଗୁଡାନିର୍ବାହୀ ଯନ୍ତ୍ରୀଙ୍କ କଥା ମଧ୍ୟ କୁଆଡ଼େ ଏହି ଯନ୍ତ୍ରୀ ଜଣଙ୍କ ଶୁଣୁନ ଥିବା ଆଲୋଚନା ହେଇଛି ।
ଏହି ବ୍ଳକରେ ଚାଲିଥିବା ପ୍ରତି କାର୍ଯ୍ୟର ଦୁର୍ନିତୀନିବାରଣ ବିଭାଗ ପକ୍ଷରୁ ତଦନ୍ତ କଲେ ଯନ୍ତ୍ରୀ ଓ ଠିକ । ଦାରଙ୍କ ମଧ୍ୟରେ ଚାଲିଥିବ। ଦୁ ର୍ନିତି ପଦାକୁ ଆସିବ ବୋଲି କୁହାଯାଉଛି। ଏନେଇ ଦୀୟୀତ୍ଵରେ ଥିବା ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରେ ସେ ଏହାର ବିଧି ବଦ୍ଧ ତଦନ୍ତ କରି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ତେବେ ନିର୍ବାହୀ ଯନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାର କଥା।

related posts

Leave a Comment