Home Breaking News ବିଜୁଳି ମାରିବାରୁ ୬ ଗୋଟି ଗୋରୁଗାଈ ମୃତ

ବିଜୁଳି ମାରିବାରୁ ୬ ଗୋଟି ଗୋରୁଗାଈ ମୃତ

by Times One Odia
Share with
     
 
 
   

କୋରାପୁଟ(ଦୀପକ କୁମାର ମାଝୀ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ କାଁଟି ଗ୍ରାମପଂଚାୟତର ନାରିଙ୍ଗ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା। ଗ୍ରାମର ଉତ୍ତରା ତାଡିଙ୍ଗ ବୟସ ୬୦ ବର୍ଷ, ଗ୍ରାମର ଗାଈଗୋରୁଙ୍କୁ ଚରେଇବାକୁ ଗାଁ ନିକଟ ଜଙ୍ଗଲକୁ ନେଇଥିଲେ। ଆକାଶରେ କଳା ମେଘ ଛାଇଯିବା ସହ ପବନ ବର୍ଷା ଆରମ୍ଭ ହେବାରୁ ସେ ଗୋରୁଗାଈଙ୍କୁ ଧରି ନିଜ ଗାଁ ଅଭିମୁଖେ ଫେରୁଥିବା ବେଳେ ହଠାତ ବିଜୁଳି ମାରିବାରୁ ୬ ଗୋଟି ଗୋରୁଗାଈଙ୍କ ସହ ଉତ୍ତରା ତାଡିଙ୍ଗଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଗ୍ରାମବାସୀ କାଁଟି ସରପଞ୍ଚ ଓ ସେମିଳିଗୁଡା ଥାନାକୁ ଖବର କରିଥିବା କହିଛନ୍ତି। ଖବର ହସ୍ତଗତ ହେବାସୁଧା ସରପଞ୍ଚ କିମ୍ୱା ପୋଲିସ ଘଟଣା ସ୍ଥଳକୁ ପଂହଁଚି ପାରିନଥିବା ଜଣାପଡିଛି।ସେଇପରି ଲଷ୍ମୀପୁର ବ୍ଲକ୍ ର ଦୁଇ ଜଣ ବଜ୍ରପାତ ରେ ଆହତ ହୋଇଥିବା ବେଳେ ଦସମନ୍ତପୁର ବ୍ଲକ ରେ ଜଣେ ଆହତ ହୋଇଛନ୍ତି…ଆହତ ସମସ୍ତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

related posts

Leave a Comment