Home Breaking News / ତାଜା ଖବର ନରସିଂହପୁରରେ କରୋନା ସ୍ଥିତି ଗମ୍ଭୀର: ୧୫ଟି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ନରସିଂହପୁରରେ କରୋନା ସ୍ଥିତି ଗମ୍ଭୀର: ୧୫ଟି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ନରସିଂହପୁରରେ ଆଜି ୫୫ଜଣ ବଡମ୍ବାରେ ୧୦ଜଣ ସମୁଦାୟ ୬୫ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ନରସିଂହପୁର କୋଭିଡ କେୟାର ସେଣ୍ଟରରୁ ୫ଜଣଙ୍କୁ କଟକ କୋଭିଡ ହସ୍ପିଟାଲକୁ ଆବଶ୍ୟକୀୟ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ୧୫ଟି ଗାଁକୁ କୋଭିଡ କଣ୍ଟେନମେଣ୍ଟ କରିବା ପାଇଁ ବ୍ଲକ କୋଭିଡ ଷ୍ଟିଅରିଂ କମିଟି ଚେୟାରମ୍ୟାନ ବିଡିଓଙ୍କ ସୁପାରିଶ ଭିତ୍ତିରେ ଆଠଗଡ଼ ଉପଜିଲ୍ଲାପାଳ ଆଜି ସଂଧ୍ୟାରୁ ୧୦ ତାରିଖ ସଂଧ୍ୟା ଯାଏଁ ଘୋଷିତ କରିଛନ୍ତି। ନରସିଂହପୁର ବ୍ଲକ ଅଞ୍ଚଳର ବରହମପୁରା, ଚକ୍ରଗଡ଼ର ମହୁଲସାହି ଓ ମୁଣ୍ଡିଆସାହି, ହିଞ୍ଜଳଖାଲ, କାକୁଡ଼ିଆ, କାଠଖୁଣ୍ଟ, ଋଷିପଡ଼ା, ସାଗର, ବାସେଳିହତା, ଅଢ଼େଇଗୁଣ୍ଡି, ଚଷାବାରବାଟୀ, ତାମରା, କନକପୁର, ଜଗନ୍ନାଥପ୍ରସାଦ ପାଟଣା, ରେଗେଡା ପ୍ରଭୃତି ଅଂଚଳକୁ କଣ୍ଟେନମେଣ୍ଟ ଏରିଆ ବୋଲି Epedemic Diseases Act ଓ Covid Regulation Odishaର ଆଧାରରେ କରାଯାଇଛି। ନରସିଂହପୁର ତହସିଲଦାର ଓ ବିଡିଓ ଏହାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ବ୍ୟାରିକେଡ ଓ ଆଇନ ଶୃଙ୍ଖଳା ଦାୟିତ୍ୱରେ ରହିବେ। ମେଡିକାଲ ଅଫିସର ଏହି ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ସର୍ଭେଲାନ୍ସ ଓ ଟେଷ୍ଟିଂ ଦାୟିତ୍ୱରେ ରହିବେ।

ବଡମ୍ବାରେ ମାଣିଆବନ୍ଧ, ନାରଣପ୍ରସାଦ, ମଙ୍ଗରାଜପୁର, ବେଲିଆପାଳ, ଝାଜିଆ ପ୍ରଭୃତି ଗ୍ରାମରୁ ଚିହ୍ନଟ ହୋଇଥିବା ବେଳେ ନରସିଂହପୁରର ବରହମପୁରାରୁ ସାତଜଣ, ଘୋରାଡିଆରୁ ସାତ ଜଣ, ଚମ୍ପେଶ୍ୱରରୁ ପାଞ୍ଚ ଜଣ, ସାଗରରୁ ଚାରି ଜଣ, ବାହାଳିରୁ ତିନି ଜଣ, ଜାନିସାହିରୁ ୬ଜଣ, କୋକଳବା, ଚମ୍ପାତୋଠ, ଚକାମୁଣ୍ଡାରୁ ୨ଜଣ ଲେଖାଏଁ,ଚକ୍ରପ୍ରସାଦ, କଣ୍ଟାବଣିଆ, ଲେମ୍ବୋ, ଗୋପାଳପୁର , ପଦାମାଳ, ନୂଆପଲ୍ଲି, ପାଇକପଡାପାଟଣା, ନିଜିଗଡ଼, ରଣସିଂହପୁର, ଫୁଲପଡା, ଋଷିପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ନରସିଂହପୁରରେ ଓ ବଡ଼ମ୍ବାରେ PSCରୁ ଉତ୍ତୀର୍ଣ୍ଣ ହୋଇଥିବା କିଛି ଡାକ୍ତରଙ୍କୁ ବିଭିନ୍ନ ଡାକ୍ତର ଖାନା ଓ କେୟାର ସେଣ୍ଟର ପାଇଁ ୧୦ରୁ ଉର୍ଦ୍ଧ୍ବ ଡାକ୍ତର ଦେବା ପାଇଁ ଆଜି ପୁଣିଥରେ ମୁଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟଙ୍କୁ ଅନୁରୋଧ କରିଛି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସହ ଆଲୋଚନା କରିଛି ।

related posts

Leave a Comment