Home Breaking News ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ ଛାତ୍ର କଂଗ୍ରେସର ସମର୍ଥନ

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ ଛାତ୍ର କଂଗ୍ରେସର ସମର୍ଥନ

by Times One Odia
Share with
     
 
 
   

କନ୍ଧମାଳ: ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ ନିଷ୍ପତ୍ତି ନେଇଛି l ଏହି ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସ୍ୱାଗତ ଜଣାଇଛି ଏକ ପ୍ରେସ ବାର୍ତ୍ତାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନ କହିଛନ୍ତି, ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲ କରିବା ସମୟର ଆହ୍ୱାନ ଥିଲା l ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ବୋର୍ଡ଼ ଠିକ ନିଷ୍ପତ୍ତି ନେଇଛି l ପୂର୍ବରୁ ଏହି ପରୀକ୍ଷା ବାତିଲ କରିବା ପାଇଁ ବିଭିନ୍ନ ସମୟରେ କଂଗ୍ରେସର ଜାତୀୟସ୍ତର ନେତା ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଟ୍ୱିଟ ଯୋଗେ ସରକାରଙ୍କୁ ଅନୁରୋଧ କରିଥିଲେ l ଏହା ସହିତ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ ନିରଜ କୁନ୍ଦନ ଙ୍କ ଅଧକ୍ଷତାରେ ବିଗତ ଦିନରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ବାସଭବନ ସମୁଖରେ ଧାରଣା ମଧ୍ୟ ଦିଆ ଯାଇଥିଲା l ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ଵରାଉତ୍ତଳୋନ କରିଥିବାରୁ ସଭାପତି ଶ୍ରୀ ଅଂଶୁମାନ ପ୍ରିୟଦର୍ଶନ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ନିରଜ କୁନ୍ଦନ, ୟାଶିର ନବାବ ସମେତ ସମସ୍ତ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି l

related posts

Leave a Comment