Home Breaking News ଆଇନ୍‌ ମହାବିଦ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା ଓ ସେମାନଙ୍କର ଅଧିକାରକୁ ନେଇ ଭର୍ଚୁଆଲ ମୋଡ଼୍‌ରେ ଆଲୋଚନା ଚକ୍ର ଅନୁଷ୍ଠିତ

ଆଇନ୍‌ ମହାବିଦ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା ଓ ସେମାନଙ୍କର ଅଧିକାରକୁ ନେଇ ଭର୍ଚୁଆଲ ମୋଡ଼୍‌ରେ ଆଲୋଚନା ଚକ୍ର ଅନୁଷ୍ଠିତ

by Times One Odia
Share with
     
 
 
   

ଭୁବନେଶ୍ବର: ଖୋର୍ଦ୍ଧା ଆଇନ୍‌ ମହାବିଦ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା ଓ ସେମାନଙ୍କର ଅଧିକାରକୁ ନେଇ ଭର୍ଚୁଆଲ ମୋଡ଼୍‌ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବରେ ଓଡ଼ିଶା ସରକାରଙ୍କର ଶିଶୁ ସୁରକ୍ଷା ସୋସାଇଟିର ପୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ପ୍ରୀତିକାନ୍ତ ପଣ୍ଡା ଯୋଗ ଦେଇଥିଲେ, ଏହି ପରିପେକ୍ଷୀରେ ଶ୍ରୀଯୁକ୍ତ ପଣ୍ଡା ଶିଶୁ ମାନଙ୍କର ସୁରକ୍ଷା, ଅଧିକାର ଓ ବିଭିନ୍ନ ଆଇନ୍‌ ଗତ ଦିଗ ଗୁଡ଼ିକୁ ଅତି ସୁନ୍ଦର ଓ ସରଳ ଭାବରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଯୁବ ଆଇନ୍‌ ଗବେଷକ ଓ ଅଧ୍ୟାପକ ଗିରୀଶ ରଞ୍ଜନ ସାହୁ ପରିଚାଳନା କରିଥିଲେ ।ଶ୍ରୀଯୁକ୍ତ ସଂଦିପ ମାନସିଂହ ଏହି ଅବସରରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଆଇନ୍‌ କଲେଜ ସହିତ ଓଡ଼ିଶାର ଅନ୍ୟାନ୍ୟ କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଅଧ୍ୟାପକ,ଅଧ୍ୟାପିକା, ଓ ଗବେଷକମାନେ ଯୋଗ ଦେଇଥିଲେ।ଦୁଷ୍ମନ୍ତ ସାହୁ ଏହି କାର୍ଯ୍ୟକ୍ରମରେ ଟେକ୍ନିକାଲ ସୁଯୋଗ ଯୋଗାଇଦେଇ ଥିଲେ। ଖୋର୍ଦ୍ଧା ଆଇନ୍‌ ମହାବିଦ୍ୟାଳୟର ସେକ୍ରେଟାରୀ ଶ୍ରୀଯୁକ୍ତ ସୁଧୀର ମାନସିଂହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

related posts

Leave a Comment