Home Breaking News ଡାଲା ଅଟୋ ଓଲଟି ଜଣେ ମୃତ,14 ଆହତ

ଡାଲା ଅଟୋ ଓଲଟି ଜଣେ ମୃତ,14 ଆହତ

by Times One Odia
Share with
     
 
 
   

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ମରେଇପାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ।ଜଣେ ମୃତ,14 ଜଣ ସାମାନ୍ୟ ଆହତ।ମୃତ ମହିଳା ଜଣକ ହେଲେ ଢ଼ିମିରିପଲ୍ଲୀ ଗ୍ରାମର ରେଣୁ ନାୟକ।ସୂଚନା ମୁତାବକ ଆଜି ସକାଳୁ ଢ଼ିମିରିପଲ୍ଲୀ ଗ୍ରାମର 15 ଜଣ ଶ୍ରମିକ ଅଟୋ ରେ ବସି ରତ୍ନପୁର ଗ୍ରାମକୁ ପୋଖରୀ ଖୋଳା କାମ କରିବାକୁ ଯିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି।ଅନ୍ୟପଟେ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଚଳାଇଛି।

related posts

Leave a Comment