କଟକ(ଜ୍ୟୋସ୍ନା ରାଣୀ ସିଂହ): ଗଛ କଟିବାକୁ କେନ୍ଦ୍ରକରି ଝଗଡା।ଥାନାରେ ମାମଲା।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଚନ୍ଦ୍ରାଦେଇପୁର ଗ୍ରାମରେ। ଗଛ କଟା ଓ ଛକ୍କା କହିବାକୁ କେନ୍ଦ୍ରକରି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଚନ୍ଦ୍ରାଦେଇପୁର ଗ୍ରାମର ଶୁଭ ଦାସ (ସୋନାଲି)ଙ୍କ ଘର ଉପରେ ପଡୋଶୀ ମଞ୍ଜୁଲତା ଦଳେଇଙ୍କ ଏକ ଗଛ ମାଡିଯିବାରୁ ଶୁଭ ଦାସ୍ ଓରଫ୍ ସୋନାଲି ମଞ୍ଜୁଲତା ଙ୍କ ଘରକୁ ଯାଇ ଗଛ କାଟିବାକୁ ଅନୁରୋଧ କରିଥିଲେ। କିନ୍ତୁ ମଞ୍ଜୁଲତା ଶୁଭ ଦାସ୍ ଙ୍କ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ତାଙ୍କ ଜେଣ୍ଡର ନେଇ ଛକା, ମାଇଚିଆ କହି ରାସ୍ତା ଉପରେ ଗାଳିଗୁଳଜ କରିଥିଲେ। ତେଣୁ ଏହି ଘଟଣା କୁ ନେଇ ଶୁଭ ଦାସ୍ ସାଲେପୁର ଥାନାରେ ଏତଲା କରିବା ସହ ଭୁବନେଶ୍ୱର ରେ ଥିବା ତାଙ୍କ କିନ୍ନର ସଂଘକୁ ଜଣାଇଥିଲେ। କିନ୍ନର ସଂଘର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ମଞ୍ଜୁଲତା ଙ୍କୁ ପଚାରିବା ବେଳେ ମଞ୍ଜୁଲତା ଙ୍କ ପୁଅ କିନ୍ନର ସଂଘର ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ଫଳରେ କିନ୍ନର ସଂଘ ସଦସ୍ୟ ଉତକ୍ଷିପ୍ତ ହୋଇ ଘରୁ ମଞ୍ଜୁଲତା ଙ୍କ ପୁଅକୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ସାଲେପୁର ପୋଲିସ ଉପସ୍ଥିତ ଥାଇ ମଧ୍ୟ ଘଟଣା କୁ ଅଟକାଇ ପାରି ନଥିଲା। ଆଉ ପୋଲିସ ଖାଲି ନୀରବଦ୍ରଷ୍ଟା ସାଜିଥିଲା। ପୋଲିସ ଏ ଘଟଣା ବାବଦରେ ତଦନ୍ତ କରୁଥିବା ସୂଚନା ମିଳିଛି।
ଛକା କହିବାରୁ ରଣକ୍ଷେତ୍ର
Share with
previous post