Home Breaking News ମିଠା ଆମ୍ବର ଅଭାବୀ ବିକ୍ରି ଚିନ୍ତାରେ ଚାଷୀ ବଜାର ସ୍ଥାପନ ଦାବୀ

ମିଠା ଆମ୍ବର ଅଭାବୀ ବିକ୍ରି ଚିନ୍ତାରେ ଚାଷୀ ବଜାର ସ୍ଥାପନ ଦାବୀ

by Times One Odia
Share with
     
 
 
   

ରାୟଗଡ(ଧନେଶ୍ବର ରାଉତ): ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଈ ଗ୍ରାମ ନିକଟରେ ୫ ଏକର ଜାଗାରେ ୩ ଏକରର ଜାଗାରେ ଆମ୍ବ ଚାଷ କରିଛନ୍ତି ସିକରପାଇ ଗ୍ରାମ ବାସିନ୍ଦା ରୋହିଦାସ୍ ନାୟକ କଲ୍ୟାଣସିଙ୍ଘପୁର ଅଞ୍ଚଳରେ ଯେତେବେଳେ କେହି କଲମୀ ଆମ୍ବ ଗଛ ଲଗାଇ ନ ଥିଲେ ସେତେବେଳେ ଏହି ଶାନ୍ତି ବନ ତୋଟା କୁ ପ୍ରତଷ୍ଠା କରିଥିଲେ ପୂର୍ବତନ ସରପଞ୍ଚ ଏପରିକି ସେ ବହୁବାର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଥିଲେ। ପିଲାକୁ ଯତ୍ନ କଲାଭଳି ଗଛକୁ ଯତ୍ନ କରି ବଞ୍ଚାଇବାକୁ ପଡିଥିଲା। ଏବର୍ଷ ଆମ୍ବ ଅଧିକା ଆସିଥିବାରୁ ଭଲ ଲାଭବାନ ହେବେ ବୋଲି ଆଶା ରଖିଥିଲେ କିନ୍ତୁ ଲୋକଡାଉନ୍ ସଟଡାଉନ୍ ପାଇଁ ଏହାର ବିକ୍ରୟ ବ୍ୟବସ୍ଥା ହୋଇପାରିଲା ନାହିଁ ଫଳରେ ଏବେ ଚିନ୍ତାରେ ଚାଷୀ କଣ କରିବେ କିଛି ଜାଣି ପାରୁ ନାହାଁନ୍ତି। ପୂର୍ବରୁ ଏଇ ବଗିଚାର ଆମ୍ବ ରାଜ୍ୟରେ ଭୁବନେଶ୍ୱର କଟକ ରାଉରକେଲା ଯାଉଥିବାବେଳେ ରାଜ୍ୟ ବାହାରେ ରାଇପୁର ଦିଲ୍ଲୀ କୁ ଯାଇ ବିକ୍ରୟ ହେଉଥିଲା ତା ସହ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭଲ ବିକ୍ରି ହୋଇ ବର୍ଷକୁ ୨ ରୁ ୩ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଉପାର୍ଜନ କରିପାରୁଥିଲେ ଚାଷୀ କିନ୍ତୁ ଏବେ ତାହା ନ ହୋଇ ପାରି ଆମ୍ବ ନଷ୍ଟ ହେବାକୁ ବସିଲାଣି। ସେହି ଭଳି ଏଠାରେ ଉନତ ମାନର ଚାରା ଉତ୍ପାଦନ କରାଯାଉଛି।କିନ୍ତୁ ଆମ୍ବ ବିକ୍ରି ପାଇଁ କୃଷି ବିଭାଗ ପକ୍ଷରୁ ମଧ୍ୟ କିଛି ସହଯୋଗ ନ ମିଳିବା କଥା। ଚାଷୀ ଜଣେଇଛନ୍ତି ତେବେ ଦେଖାଯାଉ କେବେ ନଜର ପଡୁଛି କୃଷି ବିଭାଗୀୟ ଅଧିକାରୀ ଙ୍କର ଆଉ ଚାଷୀ କେମିତି ଉପକୃତ ହେଉଛନ୍ତି।

related posts

Leave a Comment