Home Breaking News / ତାଜା ଖବର ହାଇୱା ପଛରୁ ପିଟିଲା ହାଇୱା: ଡ୍ରାଇଭର ମୃତ

ହାଇୱା ପଛରୁ ପିଟିଲା ହାଇୱା: ଡ୍ରାଇଭର ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର: ହାଇୱା କୁ ପଛରୁ ପିଟିଲା ହାଇୱା l ପଛରୁ ପିଟିଥିବା ହାଇୱା ର ଡ୍ରାଇଭର ଜୀବନ୍ତ ଦଗ୍ଧ l ଜୀବନ୍ତ ଦଗ୍ଧ ହୋଇଥିବା ଡ୍ରାଇଭର ଜଣକ ହେଲେ ଝାରଖଣ୍ଡ ର ସୁନୀଲ ଯାଦବ l ସୂଚନା ଅନୁସାରେ ଆଶ ଟ୍ରେକ କମ୍ପାନୀ ର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ BRG ପ୍ଲାଣ୍ଟ ରୁ ପାଉଁଶ ବୋଝଇ କରି କାମାକ୍ଷାନଗର ରେ ଜାତୀୟ ରାଜପଥ 53ନମ୍ବର ସମ୍ପ୍ରସାରଣ କାମ କୁ ଆସୁଥିଲା l କିନ୍ତୁ କାମାକ୍ଷାନଗର ଥାନା ଜଡ଼ାପାଳ ନିକଟରେ ରାସ୍ତା ପାର୍ଶ୍ଵ ରେ ଛିଡା ହୋଇଥିବା ସେହି କମ୍ପାନୀ ର ଅନ୍ୟ ଏକ ହାଇୱା ର ପଛପଟୁ ପିଟିହୋଇଯାଇଥିଲା l ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ପଛରୁ ପିଟିଥିବା ହାଇୱା ଗାଡି ଟି ସଙ୍ଗେସଙ୍ଗେ ଜଳିଯାଇଥିଲା l ଫଳରେ ଡ୍ରାଇଭର ଗାଡି ରୁ ବାହାରି ନ ପାରି ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ l ଏହା ଦେଖି କିଛି ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ l କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି

related posts

Leave a Comment