Home Breaking News / ତାଜା ଖବର ଶବ ଖୋଜୁଥିଲା କାନ୍ଧ: ମାନବିକତା ଦେଖାଇଲେ ବିଧାୟକ ଦେବୀ ମିଶ୍ର

ଶବ ଖୋଜୁଥିଲା କାନ୍ଧ: ମାନବିକତା ଦେଖାଇଲେ ବିଧାୟକ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର :(ବିନୋଦ ନନ୍ଦ)ପଡିରହିଥିଲା କରୋନା ରୋଗୀଙ୍କ ଶବ ଖୋଜୁଥିଲା କାନ୍ଧ : ମାନବିକତା ଦେଖାଇଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର. ପୁଣିଥରେ ପ୍ରମାଣ କଲେ ସେ ନେତା ନୁହନ୍ତି ବରଂ ଜନନେତା | ବଡମ୍ବା ଗୋପପୁରର ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ବିଧାୟକ ମିଶ୍ର | ଗୋପପୁରର 75ବର୍ଷୀୟ ଭାଗବତ ସାହୁ ଙ୍କ ଶବ ପଡିରହିଥିଲା ଘରେ |କରୋନା ଭୟରେ କାନ୍ଧ ଦେଵାତ ଦୂରର କଥା, ଭୟରେ ପାଖ ମାଡିଲେନି ଗାଁ ଲୋକେ |ଏ ଖବର ପାଇ ତତକ୍ଷଣାତ ଭୁବନେଶ୍ୱର ରୁ ଗୋପପୁରକୁ ଛୁଟି ଆସିଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର |
ଭାଗବତଙ୍କ ଶବ କୁ ମଶାଣୀ ନେବାକୁ ବାହାରିବା ବେଳେ ଯୋଗଦାନ ଦେଇଥିଲେ ଗାଁ ଲୋକେ |ଏ ହେଉଛି ସେହି ଦୃଶ୍ୟ |
ଏହାପରେ ବଡମ୍ବା ମେଡିକାଲ ଅଫିସର ତାଙ୍କ ଟିମ ସହ ପହଞ୍ଚିଥିଲେ |ବିଧାୟକ ମିଶ୍ର ଓ ଗାଁ ଲୋକଙ୍କ ସହାୟତାରେ କରାଯାଇଥିଲା ଶବ ସତ୍କାର |

ଜନତାଙ୍କ ସୁଖଦୁଃଖରେ ସବୁବେଳେ ଠିଆ ହେଉଥିବାରୁ ବିଧାୟକ ମିଶ୍ର ଜନତାଙ୍କ ସାଥି ଵନିଯାଇଛନ୍ତି |ପ୍ରତି ସମୟରେ ନଜରକୁ ଆସେ ତାଙ୍କର ମାନବିକତାର ଗୋଟିଏ ଗୋଟିଏ ନିଆରା ଝଲକ |ସେଥିପାଇଁ ଦୀର୍ଘ 25ବର୍ଷ ହେବ ସେ ଜନତାଙ୍କ ହୃଦୟରେ ରହି ଆସିଛନ୍ତି |ତାଙ୍କର ଏଭଳି ମହତ କାର୍ଯ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା |ବଡମ୍ବା ନରସିଂହପୁର ଜନସାଧାରଣ ଏଥିପାଇଁ ତାଙ୍କୁ କହୁଛନ୍ତି, କହୁଛନ୍ତି ନେତା ହେଵତ ଏମିତି |

related posts

Leave a Comment