Home Breaking News / ତାଜା ଖବର ରାୟଗଡାରେ ଆମ୍ବ ପସରା ଉଦଘାଟନ କଲେ ଜିଲ୍ଲାପାଳ

ରାୟଗଡାରେ ଆମ୍ବ ପସରା ଉଦଘାଟନ କଲେ ଜିଲ୍ଲାପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲା ସଦର ମହକୁମା ର ତାରକା ହୋଟେଲ ତେଜସ୍ୱିନୀ ସମୁଖର ପଡ଼ିଆରେ ଆମ୍ବ ବିକ୍ରି ପାଇଁ ଗାଁ ଆମ୍ବ ପସରା ମେଳା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉଦଘାଟିତ କରିଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ବି ଆମ୍ବ ବିକ୍ରି ପାଇଁ ଜିଲା ପ୍ରଶାସନ ଚାଷୀ ମାନଙ୍କୁ ଆର୍ଥିକ ଲାଭ ପହଞ୍ଚାଇବା ପାଇଁ ଏହି ମେଳାର ଆୟୋଜନ କରାଯାଇଛି। ଶହେରୁ ଅଧିକ ରକମର ଆମ୍ବ ରହିଥିବା ବେଳେଚଳିତ ବର୍ଷ ପଚାଶ ଅଧିକ ରକମର ଫଳ ଆସିବାର ସମ୍ଭାବନା ରହିଛି ବୋଲି ଚାଷୀ ମନେ ଅନୁମାନ କରାଯାଉଛି। ରାୟଗଡ ରେ ଆଗ ଅପେକ୍ଷା ଅଧିକ ରୁ ଅଧିକ ଚାଷୀ ମାନେ ଗଛ ଲଗାଇ ଫଳ ଅଧିକ ଅମଳ କରି ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ଓ ସେଥିରେ ସଫଳ ହେବା ଭଳି ଦେଖାଯାଉଛି। ଚଳିତ ବର୍ଷ ଅଧିକ ଅମଳ ହୋଇଥିବା ଜଣାପଡିଛି ତେଣୁ ଚାଷୀଙ୍କ ସହ ଆଲୋଚନା କରି ଏକ ଦାମ ଯାହା ୩୦ ଟଙ୍କା ଲେଖାଏଁ ବିକ୍ରି ହେବ ବୋଲି ନିର୍ଧାରଣ କରାଯାଇଛି। ଏହି ମେଳା ଦୁଇ ତାରିଖରୁ ଦଶ ତାରିଖ ପର୍ଯ୍ୟନ୍ତ ଚାଲିବ ତେଣୁ ପୂର୍ବ ନିର୍ଦ୍ଧାରିତ ପଞ୍ଜିକୃତ ଚାଷୀ ନିଜ ନିଜ ଅବନ୍ଟିତ ଷ୍ଟେଲରେ ବିକ୍ରି କରିପାରିବେ। ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ବ୍ୟତୀତ ପି ଡି ଡି ଆର ଡି ଏ ମହେସ୍ବର ନାୟକ, ଡି ପି ଏମ,ଓର ମାସ ଅଧିକାରୀ,ମନୋଜ କୁମାର ପାତ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ

related posts

Leave a Comment