Home Breaking News / ତାଜା ଖବର ଲିଟର ବିଦେଶୀ ମଦ ସହ ଦୁଇ ମାଫିଆ ଗିରଫ, ବାଇକ ଜବତ

ଲିଟର ବିଦେଶୀ ମଦ ସହ ଦୁଇ ମାଫିଆ ଗିରଫ, ବାଇକ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମଦ ମାଫିଆଙ୍କ ନିଶା ସାମ୍ରାଜ୍ୟ ବିସ୍ତାର ପାଇଁ ଲକଡାଉନ ଆଣିଦେଇଛି ସୁଯୋଗ। ସୁହାଉଛି ରାସ୍ତାର ନିର୍ଜନତା। କାରବାର ବଢ଼ିବା ସହିତ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ । ଏମିତି କିଛି ଦେଖିବାକୁ ମିଳିଛି ରରୁଆଁ ଥାନା ଅଞ୍ଚଳରେ । ପୋଡ଼ଶୀ ଝାଡଖଣ୍ଡ ରାଜ୍ୟର ଦୁଇଯୁବକ ଏକ ବାଇକରେ ବିଦେଶୀମଦ ନେଇ ଓଡିଶାରେ ବିକ୍ରି ପାଇଁ ଆସିଥିଲେ । ରରୁଆଁ ପୋଲିସ ପେଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବରପାଇ ଦୁଇ ଯୁବକଙ୍କୁ କାବୁ କରିନେଇ ସେମାନଙ୍କ ନିକଟରୁ 18 ଲିଟର ବିଦେଶୀମଦ ସହିତ ଵାଇକ ଜବତ କରିଛି ରରୁଆଁ ଥାନା ପୋଲିସ । ଏନେଇ ଏକ ମାମଲା ରୁଜୁ କରି ମଦ କାରବାରରେ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିବା ସହିତ ମଦ କୋଉଠି ଏବଂ କାହାକୁ ଯୋଗାଇବାକୁ ଆସୁଥିଲେ ସେନେଇ ଅଧିକ ତଦନ୍ତ କରୁଛି ରରୁଆଁ ଥାନା ପୋଲିସ। ତେବେ ଗିରଫ ଯୁବକ ଦୁଇଜଣ ପୋଡ଼ଶୀ ଝାଡଖଣ୍ଡ ରାଜ୍ୟର ବୋଲି ରରୁଆଁ ଥାନା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

related posts

Leave a Comment