Home Breaking News / ତାଜା ଖବର ଵିଵାହିତା ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ: ପୋଲିସର ତଦନ୍ତ ଜାରି

ଵିଵାହିତା ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ: ପୋଲିସର ତଦନ୍ତ ଜାରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଭାଲିଆପଦର ଗ୍ରାମରେ ଗତକାଲି ରାତି ପ୍ରାୟ ଏଗାର ଟା ସମୟରେ ରୁନା ଟାକ୍ରୀଙ୍କ 23 ବର୍ଷର ସ୍ତ୍ରୀ ଭାରତୀ ଟାକ୍ରୀ ଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଖଵର ପାଇ ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ଓ ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଶଵ ଜଵତ କରି ,ଵ୍ୟବଛେଦ ମୁନିଗୁଡା ସ୍ଵାସ୍ଥ୍ୟ କେନ୍ଦ୍ରରେ କରାଯାଇଛି। ପୋଲିସ ତରଫରୁ ଗୁରୁତର ସହ ତନାଘନା କରି ତଦନ୍ତ ଜାରି ରଖିଥିଵା ବେଳେ ଘଟଣାର ଅସଲ ଦୋଷୀକୁ ଖୁବ୍ ଶୀଘ୍ର ଧରାଯାଇ ସତ୍ୟା ସତ୍ୟ ଘଟଣା ଲୋକଲୋଚନରେ ପ୍ରକାଶ ପାଇବ ଵୋଲି ଆଶା ପୋଷଣ କରାଯାଇଛି। ଅଭିଯୋଗ କାରୀ ମୃତ ଝିଅର ବାପ ନାରାୟଣ ବାଘଙ୍କ କହିବା ଅନୁଯାୟୀ ତାଙ୍କ ମୃତ ଝିଅ ଭାରତୀ (23ବର୍ଷ )ତିନି ବର୍ଷ ତଳେ ଡେଙ୍ଗୁଣି ଗ୍ରାମର ଗଙ୍ଗା ଟାକ୍ରୀଙ୍କ ପୁଅ ରୁନା ଟାକ୍ରୀଙ୍କୁ ପ୍ରେମ ବିବାହ କରିଥିଲେ। ଶାଶୁଘରେ ପରିବାର ଲୋକ ଭାରତୀ ଉପରେ ନିର୍ଯ୍ୟାତନା ଦେଉଥିଲେ ଵୋଲି ଭାରତୀର ବାପା ଏତଲାରେ ଅଭିଯୋଗ କରିଛନ୍ତି। କିଛି ଦିନ ହେବ ଭାରତୀ ତାଙ୍କ ସ୍ଵାମୀଙ୍କ ସହ ଭାଲିଆପଦର ରେ ରହୁଥିଲେ। ଗତକାଲି ରାତିରେ ଭାରତୀର ଏପରି ଅଘଟଣ ଘଟିବା ସମସ୍ତଙ୍କୁ ଦୁଃଖିତ କରିଛି। ପୋଲିସ କେଶ୍ ରୁଜୁକରି ତଦନ୍ତ ଜାରି ରଖିଛି। ବାପା ମା ଝିଅକୁ ହରାଇ ଦୁଃଖ ରେ ଭାଙ୍ଗି ପଡିବା ସହ ଦୋଷୀକୁ କଡା ରୁ କଡା ଦଣ୍ଡ ବିଧାନ କରିବାକୁ ଦାବି କରିବା ସହ ପୋଲିସ ଉପରେ ଅଗାଢ ବିଶ୍ୱାସ ରଖିଛନ୍ତି ବୋଲି ଶ୍ରୀ ବାଘ କହିଛନ୍ତି।

related posts

Leave a Comment