Home Breaking News / ତାଜା ଖବର ଶ୍ରଦ୍ଧାଞ୍ଜଳି ସଭା
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖଣ୍ଡପଡା(ଅଙ୍କିତା ପ୍ରିୟଦର୍ଶିନୀ): ଖଣ୍ଡପଡ଼ା ସହର ୯ନଂ ୱ।ର୍ଡ ମଣିକର୍ଣିକା ସାହିର ସରୋଜ କୁମାର ହୋତା (ଟୁଟୁ ଭାଇନା) ୩୯ବର୍ଷ ଜଣେ ଶାନ୍ତଶିଷ୍ଟ,ଭଦ୍ର, ନମ୍ର,ସହିଷ୍ନୁ, ପରୋପକାରି ପିଲା ଥିଲେ। ଅଞ୍ଚଳରେ ସେ ଜଣେ ଖ୍ୟାତସଂମ୍ପର୍ଣ ରୋଷେଇୟା ଭାବରେ ପରିଚିତ ଥିଲେ। ବିବାହ,ବ୍ରତଘର, ଜନ୍ମଦିନ, ଇତ୍ୟାଦିରେ ଟୂଟୁଭାଇନାଙ୍କ ହାତରନ୍ଧା ଖାଦ୍ୟ ଖାଇବାକୁ ଲୋକମାନେ ଆଗ୍ରହୀ ଥିଲେ। ପିଲାଟିଦିନରୁ ଲୋକ ମାନଙ୍କୁ ନିଜର ସକ୍ଷମ ଅନୁସାରେ ସାହାଯ୍ୟ କରିବାରେ ନିଜକୁ ନିୟୋଜିତ କରିଥିଲେ। ଯେ କେହି ବ୍ୟକ୍ତି ସାହାଯ୍ୟ ମାଗିଲେ ନିଜର ସମସ୍ତ କାମକୁ ପଛରେ ପକାଇ ସାହାଯ୍ୟର ହାତ ବଢ଼ାଇ ଦେଉଥିଲେ ଟୁଟୁଭାଇନା। ଫଳରେ ଅଞ୍ଚଳର ଲୋକମାନଙ୍କର ଅତିପ୍ରିୟ ଭାଜନ ଅଟନ୍ତି।ଗତ ମେ ମାସ ୨୦ ତାରିଖ ଦିନ ଟୁଟୁଭାଇନାଙ୍କ ଦେହାନ୍ତ ହେବା ଘଟଣା ସମସ୍ତଙ୍କୁ ଚକିତ ଏବଂ ମର୍ମାହତ କରିଦେଇଥିଲା କେହିବି ବିଶ୍ବାସ କରିପାରି ନଥିଲେ ସତରେ ଟୁଟୁଭାଇନା ଆମକୁ ଛାଡ଼ିଦେଇ ସବୁଦିନ ପାଇଁ ଚାଲି ଯାଇଛନ୍ତି।ଆଜି ୧ତାରିଖ‌ ମଙ୍ଗଳବାର ସଂଧ୍ୟାରେ ଖଣ୍ଡପଡ଼ା ସ୍ଥିତ ଚନ୍ଦନ ବଜାର ଠାରେ ମଦନମୋହନ ନାଟ୍ୟସଂସଦ‌ ସଭ୍ୟମାନଙ୍କ ଦ୍ବାରା ସ୍ବର୍ଗତ ଟୁଟୁଭାଇନାଙ୍କର ଦ୍ବାଦଶ ଦିବସରେ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା ଏହି ସଭାରେ ‌ବରିଷ୍ଠ ସାମ୍ବାଦିକ ତଥା ମଦନମୋହନ ନାଟ୍ୟସଂସଦ‌ର ନିର୍ଦେଶକ ଏବଂ ଉପଦେଷ୍ଟା ରମାକାନ୍ତ ଦାଶ, ଦୈନନ୍ଦିନ ଖବର କାଗଜ ସମାଜର ଖଣ୍ଡପଡ଼ା ପ୍ରତିନିଧି ଭବାନୀ ଶଙ୍କର ସିଂସାମନ୍ତ ସଭାରେ ଉପସ୍ଥିତି ରହିଥିଲେ। ପ୍ରଥମେ ନିରବ ପ୍ରାର୍ଥନା କରାଯାଇ ସ୍ବର୍ଗତ ଟୁଟୁ ଭାଇନାଙ୍କର ଶ୍ରୁତିଚାରଣ କରାଯାଇଥିଲା ମଦନମୋହନ ନାଟ୍ୟସଂସଦ‌ର ସମସ୍ତ ସଭ୍ୟ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହିଥିଲେ।

related posts

Leave a Comment