Home Breaking News / ତାଜା ଖବର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଵିନିକା(ମାନସ ମଲ୍ଲିକ): ବିନିକା ବ୍ଳକ ଭଣ୍ଡାର ଗ୍ରାମ ର ମନବୋଧ ଭୁଜ(୭୦) ପୋଖରୀ ରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ପୁଲିସ ସୁତ୍ରରୁ ପ୍ରକାଶ । ସୁଚନା ଅନୁସାରେ
କାମସାରି ପ୍ରାୟ ୩ ଘଣ୍ଟା ରେ ରତ୍ନ ଭୂଏ ଓ ମନବୋଧ ଭୁଏସାଥି ହୋଇ ଭଣ୍ଡାର ଗ୍ରାମ ର କଣ୍ଟା ବନ୍ଧ ଗାଧୋଇବା ଯାଇଥିଲେ । ମନବୋଧ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ ।ରତନ ଏହାଯାଣି ପାଟି କରିବାରୁ ଅନ୍ୟ ଲୋକମାନେ ଆସି ପାଣି ରୁ ଉଦ୍ଧାର କରି ତୁରନ୍ତ ଏକ ବାଇକ୍ ରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ । ଚିକିତ୍ସା ଧିନ ଅବସ୍ଥାରେ ମନବୋଧ ର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।ପରେ ରତନ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ବିନିକା ଆସି ଥିଲେ ।ପରେ ମୃତ କଙ୍କ ପୁଅ ଦୈ।ଲଥ ଭୁଜ ସନ୍ଧ୍ୟାରେ ବିନିକା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆସନ୍ତା କାଲି ବୁଧବାର ଦିନ ଶଵଵ୍ୟଵଛେଦ କରାଯିବା ସହ ତଦନ୍ତ ଜାରି ରଖି ଥିବା ବିନିକା ଥାନା ଆଇଆଇସି ପବିତ୍ର ସାହୁ ପ୍ରକାଶ କରିଛନ୍ତି ।

related posts

Leave a Comment