Home Breaking News / ତାଜା ଖବର ନରସିଂହପୁରରେ ଗ୍ରାମୀଣ ସ୍ୱାସ୍ଥ୍ୟ ସର୍ଭେଲାନ୍ସକୁ ସମନ୍ବିତ ଭାବେ ପରିଚାଳିତ କରିବାକୁ ଖସଡ଼ା ପ୍ରସ୍ତୁତ : ନରସିଂହପୁରର ସାତଟି କଣ୍ଟେନମେଣ୍ଟ ଘୋଷଣା ପରେ ବଡ଼ମ୍ବାର କଶିକିଆରୀ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ନରସିଂହପୁରରେ ଗ୍ରାମୀଣ ସ୍ୱାସ୍ଥ୍ୟ ସର୍ଭେଲାନ୍ସକୁ ସମନ୍ବିତ ଭାବେ ପରିଚାଳିତ କରିବାକୁ ଖସଡ଼ା ପ୍ରସ୍ତୁତ : ନରସିଂହପୁରର ସାତଟି କଣ୍ଟେନମେଣ୍ଟ ଘୋଷଣା ପରେ ବଡ଼ମ୍ବାର କଶିକିଆରୀ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ନରସିଂହପୁରରେ ଗ୍ରାମୀଣ ସର୍ଭେଲାନ୍ସ କୁ ସ୍ୱାସ୍ଥ୍ୟ ଓ ମହିଳା ବିଭାଗ ର କ୍ଷେତ୍ରୀୟ କର୍ମଚାରୀ ମାନେ ସମନ୍ବିତ ଭାବେ କରିବାକୁ ଡାକ୍ତର ଅଧିକାରୀ ମାନଙ୍କ ସହ ୨୭ଟି ସ୍ୱାସ୍ଥ୍ୟ ସବସେଣ୍ଟରରେ ଉପସ୍ଥିତ ଏ.ଏନ.ଏମ୍ , ଆଶା ଅଙ୍ଗନବାଡି କର୍ମୀ ଭର୍ଚୁଆଲ ମିଟିଂ ରେ ଖସଡ଼ା ପ୍ରସ୍ତୁତ ହୋଇଛି । ମୁଁ ଏଥିରେ ଯୋଗଦେଇ ସଠିକ ସମନ୍ୱୟ କୋଭିଡ ଅଣକୋଭିଡ ରୋଗର ସର୍ବେକ୍ଷଣ , ଟେଷ୍ଟିଂ , ଅକ୍ସିଜେନ ଲେବେଲ କୁ ନେଇ ବ୍ଲଡ଼ ସୁଗର, ବ୍ଲଡ଼ପ୍ରେସର , ତାପ ପ୍ରଭୃତିର ଡ଼ାଟା ନେବା ସମ୍ପର୍କରେ ପରାମର୍ଶ ଦେଇଥିଲି । ନରସିଂହପୁର ରେ ଏବେ ନୂଆ ସାତଟି କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ବଡ଼ମ୍ବା କଶିକିଆରୀ କୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ସୁପାରିଶ କରାଯାଇଛି ।

ଆଜି ଅପରାହ୍ନରେ ଏହି ମିଟିଂ ରେ ମେଡିକାଲ ଅଫିସର, ବିଡ଼ିଓ, ଚେୟାରମ୍ୟାନ, ସିଡିପିଓ, ଓ.ଏଲ.ଏମ୍ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ରାପିଡ଼ ରେସପନ୍ସ ଟିମ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମ ର ଖସଡ଼ା ପ୍ରସ୍ତୁତି ର ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏ.ଏନ.ଏମ୍ , ଆଶା କର୍ମୀ ଅଙ୍ଗନବାଡି କର୍ମୀ , ସୁପରଭାଇଜର ମାନଙ୍କ ଭିତରୁ ୧୫ ଜନରୁ ଉର୍ଦ୍ଧ୍ବ ସେମାନଙ୍କ ମତ ରଖିଥିଲେ ।

related posts

Leave a Comment