Home Breaking News / ତାଜା ଖବର ରେଳପଥ ନିର୍ମାଣରେ ବେନିୟମ କାର୍ଯ୍ୟ

ରେଳପଥ ନିର୍ମାଣରେ ବେନିୟମ କାର୍ଯ୍ୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନ୍ଦରଗଡ଼(ପପୁ ପ୍ରସାଦ ସିଂ): ହେମଗିର ରେଲଷ୍ଟେସନ ଅଂଚଳରେ ବିଲାସପୁର ରେଲବାଇ ଡିଭିଜନର ଚତୁର୍ଥ ରେଲଧାରଣା ନିର୍ମାଣ କାର୍ଯ୍ୟ ଚାଳିଛି।ସୁନୀଲ କୁମାର ଅଗ୍ରୱାଲ ନାମକ ଜୈନିକ ଠିକାଦାର ଙ୍କ ଦ୍ବାରା ରେଲପଥ ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯାଉଛି। ମାତ୍ର ଠିକାଦାର ଙ୍କ ଦ୍ବାରା ଅନେକ ବେନିୟମ ଓ ମନମୂଖି କାର୍ଯ୍ୟାକଳାପ ହେଉଥିବା ଗୁରୁତର ଅଭିଯୋଗ ହେଉଛି।ଠିକାଦାର ଜଣକ ମନମୂଖି ଭାବେ ଅନେକ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ୧୧ କେଭି ଟ୍ରାନ୍ସଫର୍ମର ରୁ ଖୋଳାଖୋଲି ଭାବେ ତାରଟାଣି ବିଦ୍ୟୁତ ଚୋରି କରି ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି।ତାସହ ରେଲଧାରଣା କଡରେ ଥିବା ସରକାରୀ ଉପ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଜ କବଜାରେ ନେଇ ସେଠାରେ ନିଜର ଶ୍ରମିକ ଓ ନିର୍ମାଣ ସାମଗ୍ରୀ ରଖିବା ସହ ସେଠାରେ ମଧ୍ୟ ୱଲଡିଂ, ଲୁହା ଛଡ କଟା କାମ ଆଦି ବେଶ ଆରାମରେ ଚଳାଇଥିବା ଅଭିଯୋଗ।ଖାଲି ବିଦ୍ୟୁତ ଚୋରି ନୁହେଁ ସରକାର କୁ ରାଜସ୍ୱ ଫାଙ୍କି ସରକାରୀ, ବେସରକାରୀ ଜମି ରୁ ମାଟି ମୋରମ ଚୋରାଚାଳାଣ କରୁଥିବା ଅଭିଯୋଗ ରହିଛି।ତାସହ ଛତିଶଗଡ଼ ରୁ ଶିଶୁ ଶ୍ରମିକ ଆଣି ଟାଣ ଖରାରେ ନିୟୋଜିତ କରିଥିବା ଦେଖାଯାଉଛି।ରାଜସ୍ବ ବିଭାଗର ବିନା ଅନୁମତିରେ କନିକା ମୌଜାର ଖାତା ନମ୍ବର ୩୫୩(ରକ୍ଷିତ) ‘ପ୍ଳଟ ନମ୍ବର ୮୪୦ ରୁ ୩୮୦୦ ଘନମିଟର ଏବଂ ଖାତା ନମ୍ବର ୩୧,ପ୍ଳଟ ନମ୍ବର ୮୩୫ ରୁ ୭୨୦ ଘନମିଟର ସମୁଦାୟ ୪୫୨୦ ଘନମିଟର ମାଟି ଚୋରାଚାଳାଣ କରିଥିବା ଜଣାପଡିଛି।ଏନେଇ ରାଜସ୍ବ ବିଭାଗ ଜାଣିବା ପରେ ଜୋରିମାନା ପୈଠ ପାଇଁ ଠିକାଦାର କୁ ନୋଟିସ କରାଯାଇଛି। କିନ୍ତୁ ବାସ୍ତବରେ ଅନେକ ସ୍ଥାନରୁ ହଜାର ହଜାର ଘନମିଟର ମାଟି ମୋରମ ଏବେବି ଚୋରାଚାଳାଣ ଜାରି ରହିଛି।ଅପରପକ୍ଷରେ ସିଧାସଳଖ ଟ୍ରାନ୍ସଫର୍ମର ରୁ ବିଜୁଳି ଚୋରି କରି ଠିକା ନିର୍ମାଣ କାର୍ଯ୍ୟ ରେ ବ୍ୟବହାର କରିବା ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଠିକାଦାର ମାତ୍ର ଦୁଇଟି ସ୍ଥାନରେ ଅସ୍ଥାୟୀ ସଂଯୋଗ ପାଇଁ ଆବେଦନ କରିଛି, କିନ୍ତୁ ଏଯାଏଁ ଅନୁମତି ପାଇନି।ଯଦି ଅନୁମତି ପୂର୍ବରୁ ଓ ଅନେକ ସ୍ଥାନରେ ଠିକାଦାର ବିଦ୍ୟୁତ ବ୍ୟବହାର କରୁଥାଏ ତାହେଲେ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରାଯିବାକୁ ପ୍ରକାଶ କରିଥିଲେ।…

related posts

Leave a Comment