Home Breaking News / ତାଜା ଖବର ପାଟଣାଗଡ ପ୍ରଶାସନ ତରଫରୁ ଅସହାୟଙ୍କ ଶବ ସତ୍କାର

ପାଟଣାଗଡ ପ୍ରଶାସନ ତରଫରୁ ଅସହାୟଙ୍କ ଶବ ସତ୍କାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ(ପ୍ରିୟବ୍ରତ ସରାଫ): କରୋନା କୁ ନେଇ ଗାଁ ଗାଁ ରେ ଭୟର ବାତାବରଣ ଏଭଳି ସୃଷ୍ଟି ହୋଇଛି ଯେ ଲୋକେ ଶବକୁ ଛୁଇଁବାକୁ ମଧ୍ୟ ଭୟ କରୁଛନ୍ତି । ପାଟଣାଗଡ ବ୍ଲକ ବଣାଇମୁଣ୍ଡା ପଂଚାୟତର ଦଲଦଲି ଗ୍ରାମର ଜନୈକ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବ ନିକଟକୁ ଅନ୍ତେଷ୍ଟି କ୍ରିୟା ପାଇଁ ପାଖ ପଡୋଶୀ କେହି ଆସିନଥିଲେ । ପରେ ପାଟଣାଗଡ ପ୍ରଶାସନ ଏବଂ ପଂଚାୟତ ସ୍ତରୀୟ ଲୋକପ୍ରତିନିଧି ମାନେ ଖବର ପାଇ ଅସହାୟ ଶବ ସତ୍କାର କରିଛନ୍ତି । ସୂଚନା ଅନୁଯାୟୀ ପାଟଣାଗଡ ବ୍ଲକ ବଣାଇମୁଣ୍ଡା ଅନ୍ତର୍ଗତ ଦଲଦଲି ଗ୍ରାମରେ ଅର୍ଜୁନ କୁମୁୁଡିଆ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ନେଇ ରହୁଥିଲେ । ଗତ କିଛି ଦିନ ତଳେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ବଲାଙ୍ଗିର ଭୀମଭୋଇ ମେଡିକାଲ ରେ ଚିକିତ୍ସତ ହେଉଥିଲେ । କିଛିଦିନ ଚିକିତ୍ସା ପରେ ତାଙ୍କ ସ୍ତ୍ରୀ ଙ୍କ କହିବାନୁଯାୟୀ ସେଠାରେ ଠିକ ଭାବରେ ଚିକିତ୍ସା ପାଇନଥିଲେ ଏଣ୍‌ୁ ଆଜି ସକାଳେ ହସପିଟାଲ କର୍ତୃପକ୍ଷଙ୍କୁ ତାଙ୍କୁ ଛାଡିଦେବାକୁ କହି ଏକ ପ୍ରାଇଭେଟ ଆମ୍ବୁଲାନ୍ସ ରେ ନିଜ ଘରକୁ ଚାଲି ଆସିଥିଲେ । ଆଜି ସକାଳେ ଘରେ ପହଂଚିବା ପରେ କିଛି ସମୟ ପରେ ଅର୍ଜୁନଙ୍କ ସ୍ୱସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ଏବଂ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଦଲଦଲି ଗ୍ରାମର ପାଖ ପଡୋଶୀ କେହି ଶବ ସତ୍କାର ପାଇଁ ଆସିନଥିଲେ । ଖବର ପାଇ ବଣାଇମୁଣ୍ଡା ସରପଂଚ ପାଟଣାଗଡ ବିଡିଓଙ୍କୁ ଜଣାଇଥିଲେ । ପରେ ପାଟଣାଗଡ ତହସିଲଦାର ଡ. ପୁଷ୍ପାଂଜଳୀ ପଣ୍ଡା ଙ୍କ ଉପସ୍ଥିତିରେ ବିଡିଓ ନୀଳମାଧବ ସୁନା, ଡାକ୍ତରଖାନା ଫାର୍ମାଷିଷ୍ଟ ମନୋଜ ଆଚାର୍ଯ୍ୟ, ଖୁଂଟସମଲାଇ ସମିତି ସଭ୍ୟ ଜୟନ୍ତ କୁମ୍ଭାର, ବଣାଇମୁଣ୍ଡା ସରପଂଚ ଏବଂ ସମିତି ସଭ୍ୟ ସମସ୍ତେ ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିଲେ ।

related posts

Leave a Comment