Home Breaking News / ତାଜା ଖବର ବଡମ୍ବା କୋଭିଡ କେୟାର ସେଣ୍ଟରରେ ବଢିଲା ଆଉ 50 ଶଯ୍ୟା:ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ

ବଡମ୍ବା କୋଭିଡ କେୟାର ସେଣ୍ଟରରେ ବଢିଲା ଆଉ 50 ଶଯ୍ୟା:ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ଅପରାହ୍ନରେ ବଡ଼ମ୍ବା କୋଭିଡ କେୟାର ସେଣ୍ଟରର ନୂତନ ୫୦ ଶଯ୍ୟା ବିଶିଷ୍ଟ ପରିସର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଏହା ଦ୍ୱାରା କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ୧ମ କେନ୍ଦ୍ରର ଶଯ୍ୟା ସଂଖ୍ୟା ସମୁଦାୟ ୨୦୦ରେ ପହଁଚିଲା । ଏହି ଲୋକାର୍ପଣ କାର୍ଯ୍ୟକ୍ରମ ବିଡ଼ିଓ ଶ୍ରୀ ଉତ୍କଳ ରଞ୍ଜନ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଜିଲ୍ଲା କୋଭିଡ ଅଧିକାରୀ ଡାକ୍ତର ଉମେଶ ରାୟ, ଏ.ଡ଼ି.ଏମ୍.ଓ ଡାକ୍ତର ଲୋକନାଥ ପାତ୍ର, ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ, ମେଡିକାଲ ଅଫିସର ଡାକ୍ତର ଆଦେକ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ ହୋଇଛି । ଏହି କୋଭିଡ କେୟାର ସେଣ୍ଟରରେ C.C.T.V ସଂଯୋଗୀ କରଣ ସମ୍ପୂର୍ଣ୍ଣ ହୋଇଛି । ଏହାର ସମସ୍ତ ଅନ୍ତେବାସୀଙ୍କର ଜିଲ୍ଲା ତରଫରୁ ଦିଆଯାଇଥିବା ମୋବାଇଲ X-Ray Unit ରେ ଟେଷ୍ଟିଂ ଆଜି ଲୋକାର୍ପଣ ପରେ ଆରମ୍ଭ କରାଯିଇଛି । ବିଧାୟକ ମିଶ୍ର ଏହି ଅବସରରେ କହିଥିଲେଯେ,କୋଭିଡ ହସ୍ପିଟାଲ ହେଉ କିମ୍ବା କୋଭିଡ କେୟାର ସେଣ୍ଟର ହେଉ ଆକ୍ରାନ୍ତ କରୋନା ମୁକ୍ତ ହେବା ପରେ ପୋଷ୍ଟ କୋଭିଡ ଅବସ୍ଥାରେ ସଂକ୍ରମିତ ହେଉଥିବାରୁ ଏଥିପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିବାକୁ ପଡ଼ିବ । ଜିଲ୍ଲା ସ୍ତରରେ ମଧ୍ୟ ଅକ୍ସିଜେନ ବେଡ଼ ଓ ICU ର ସଂରକ୍ଷଣ ଏଥିରୁ ରେଫର Case ମାନଙ୍କୁ ଦେବାକୁ ସ୍ୱାସ୍ଥ୍ୟ ଜିଲ୍ଲା ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ । ଏଥିରେ ସରୋଜ ପଟ୍ଟନାୟକ ସେ ଅତୀତରେ ଆକ୍ରାନ୍ତରୁ ମୁକ୍ତି ହେଲା ବେଳର ଅଭିଜ୍ଞତା ଓ ଶ୍ରୀ ଦୀପକ ସାହୁ ସ୍ଥାନୀୟ ଭର୍ତ୍ତି ହେଉଥିବା ରୋଗୀଙ୍କୁ ତତ୍ପରତାର ସହିତ କେୟାର ସେଣ୍ଟରରେ କରାଯାଇଥିବା ଚିକିତ୍ସାର ପ୍ରଶଂସା କରିଥିଲେ । ଭିଡ଼ିଓ ଯୋଗେ ଆକ୍ରାନ୍ତ ରୋଗୀଙ୍କୁ ସେଣ୍ଟରରେ ନିଆଯାଉଥିବା ଚିକିତ୍ସା, ଔଷଧ, ଖାଇବା, ପରିଚ୍ଛନ୍ନତା ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ର ପଚାରି ବୁଝିଥିଲେ । ଡକ୍ଟର ରାୟ ଓ ଡକ୍ଟର ପାତ୍ର ଏହାକୁ ଉନ୍ନତି ସ୍ତରକୁ ନେବା ପାଇଁ ଡାକ୍ତର ପାରାମେଡିକୋ ଟିମ ୱାର୍କ କୁ ପ୍ରସଂଶା କରିଥିଲେ । ଡାକ୍ତର ଉଦୟ ଜ୍ୟୋତି ମଲ୍ଲିକ (ବଡ଼ମ୍ବା C.C.C )ର ମେଡିକାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହାପରେ ରେଭେନ୍ୟୁ I.B ରେ ଜିଲ୍ଲା ଅଧିକାରୀ, ସି.ଡ଼ି.ପି.ଓ ଙ୍କ ସମେତ ସ୍ଥାନୀୟ ଅଧିକାରୀଙ୍କ ସହ ମିଳିତ ହୋଇ କୋଭିଡ କେୟାର ସେଣ୍ଟର, ଅଣ କୋଭିଡ ଚିକିତ୍ସା , ଟେଷ୍ଟିଂ ଓ ଘରକୁ ଘର ହେଲଥ ସର୍ଭେଲାନ୍ସ ସମ୍ପର୍କରେ ସମୀକ୍ଷା କରା ଯାଇଥିଲା ।

related posts

Leave a Comment