Home Breaking News / ତାଜା ଖବର ମାଟି ବାଲି ପକାଇ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଟି ବାଲି ପକାଇ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ):ଶୁଣିଲାନି ପ୍ରଶାସନ |ଶେଷକୁ ଅଣ୍ଟା ଭିଡ଼ିଲେ ଗାଁ ଲୋକ |ମାଟି ବାଲି ପକାଇ ତିଆରି କଲେ ଗାଁ ରାସ୍ତା |କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଵୋକଡା ପଂଚାୟତ ବାହାଳି ଗ୍ରାମର ଧଉରାମଡା ରେ ରାସ୍ତା ଖରାପ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।ପିଲାମାନେ ସ୍କୁଲକୁ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରୋଗୀ ଟିଏ ବି ଠିକ ରେ ମେଡିକାଲ ଯାଇପାରୁନି।ଏହି ଗ୍ରାମରେ50 ରୁ 60 ପରିବାର ବସବାସ କରୁଛନ୍ତି।ପ୍ରଶାସନ କୁ ବହୁତ ଥର ଜଣାଇ ଥିଲେ ମଧ୍ୟ କୌଣସି ପ୍ରକାର ଫଳପ୍ରଦ ହେଉନାହିଁ।ବର୍ଷା ଦିନେ ଗାଁ ରୁ ବାହାରକୁ ଯାଇପାରୁନାହାନ୍ତି କି ଗ୍ରାମକୁ କେହି ଆସି ପାରନ୍ତିନି ଗ୍ରାମବାସୀ।ସରକାର ସବୁ ଆଡେ ପକା ରାସ୍ତା କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଧଉରା ମଡା ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଏପରି କରନା ସମୟରେ ନିଜେ ଠିକରେ ଚଳିବା ଅସମ୍ଭବ ହୋଇଥିବା ବେଳେ ନିଜେ ଚାନ୍ଦା ଆଦାୟ କରି ବାଲି କିଣି ରାସ୍ତା ନିର୍ମାଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଏ ନେଇ ଆମର ପ୍ରତିନିଧି ନରସିଂହପୁର bdo ଙ୍କୁ ଯୋଗାଯୋଗ କରିଥିଲେ।ସେହି ସ୍ଥାନରେ bdo ସଂଗେ ସଂଗେ ପହଂଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ କାମ କରୁଥିବା ଗ୍ରାମବାସୀଙ୍କ ପାଇଁ ଚୁଡା, ଗୁଡ ଖାଇବା ପାଇଁ ବ୍ୟବସ୍ଥା କରିଥିଲେଏବଂ ଯଥା ଶୀଘ୍ର ସମସ୍ୟା ସମାଧାନ କରିବାକୁ କହିଥିଲେ।

related posts

Leave a Comment