Home Breaking News / ତାଜା ଖବର ବଡ ଅପରାଧିକୁ ଛୋଟ ଜରିମାନା କରି ଗଜପତି ପ୍ରଶାସନ ଫୁ

ବଡ ଅପରାଧିକୁ ଛୋଟ ଜରିମାନା କରି ଗଜପତି ପ୍ରଶାସନ ଫୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): ଗଜପତି ଜିଲ୍ଲା ଆର ସୀତାପୁର ସ୍ଥିତ ନିଜ ମାଳିକାନାରେ ଥିବା କୋଭିଡ଼ ଚିକିତ୍ସାଳୟ ପ୍ରଙ୍ଗଣରେ ସମ୍ବାଦିକ ସମ୍ମିଳନୀ କରି ଓ ବିନା ମାସ୍କରେ ଭାଷଣ ଦେଇ କୋଭିତ୍ ର ସବୁ ଗାଇଡ ଲାଇନକୁ ଫୁ କରିଥିଲେ ଶିଳ୍ପପତି ତିରୁପତି । ସେଠାରେ ଅସୁରକ୍ଷିତ ଭାବେ ଉପସ୍ଥିତ ଥିବା ପ୍ରାୟ ୨୫ ଜଣ ସାମ୍ବାଦିକ, କିଛି ଡକ୍ଟର ଓ ଅନ୍ୟମାନଙ୍କୁ ସଂକ୍ରମଣ ହେବାରୁ ଏଡାଇ ଦିଆଯାଇ ନପାରେ । ଖବରକାଗଜରେ ସବିଶେଷ ତଥ୍ୟ ପ୍ରକାଶିତ ହେବାପରେ ପ୍ରଶାସନ ମାତ୍ର ୧୦ ହଜାର ଟଙ୍କା ଜରିମାନା କରି ଚୁପ୍ ହୋଇଯାଇଛି । କିନ୍ତୁ କୋଭିଡି ନିୟମାବଳୀ ଅନୁସାରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କୁ ଆରଟିପିସିଆର ଟେଷ୍ଟ କାହିଁକି କରାଯାଇ ନାହିଁ ଏବଂ ବାଧ୍ୟତାମୂଳକ ଭାବେ ସଂଘରୋଧରେ କାହିଁକି ରହି ନାହାନ୍ତି ତାର ଉତ୍ତର ପ୍ରଶାସନ ହିଁ ଦେଇପାରିବ । ଏହିସବୁ କୋଭିଡ୍ ନିୟମାବଳୀ ପାଳନ ନକରି ପ୍ରଶାସନିକ ପରଳାବାସୀଙ୍କ ଜୀବନ ସହିତ ଖେଳୁଛି ବୋଲି ମତ ପ୍ରକାଶ ପାଇବା ସହ ଉକ୍ତ ଶିଳ୍ପପତି ତିରୁପତି ସୁପର ସ୍ପେଡର ଭାବେ ପ୍ରମାଣିତ ହୋଇପାରନ୍ତି ବୋଲି ଆଣଙ୍କା ସୃଷ୍ଟି ହେଲାଣି । ପ୍ରଚଳିତ ଦଣ୍ଡବିଧି ନିୟମାନୁଯାୟୀ ସର୍ବାଧିକ ଏକଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ଥିବା ବେଳେ ଓ ୧୮୮ ଧାରାରେ ମକଦ୍ଦମା କରିବା ବଦଳରେ ମାତ୍ର ୧୦ ହଜାର ଟଙ୍କା ଜରିମାନା କରିବା ଦ୍ଵାରା ଏହି ଗୁରୁତ୍ତ୍ଵର ଘଟଣାକୁ ହାଲୁକା ଭାବେ ନେଇ ଶିଳ୍ପପତିକୁ ଖସାଇ ଦିଆଯାଇଛି ବୋଲି ଚର୍ଚ୍ଚା ଚାଲିଛି । ପ୍ରଶାସନ ର କୌଣସି ମତ୍ତାମତ ମିଳିପାରି ନଥିଲା ବେଳେ ଜନସ୍ବାର୍ଥ ମାମଲା ଦାୟର କରି ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନିମନ୍ତେ ହାଇକୋର୍ଟରେ ଆବେଦନ କରିବା ପାଇଁ ସଜବାଜ ଚାଲୁଥିବା ସୂଚନା ମିଳିଛି

related posts

Leave a Comment