Home Breaking News / ତାଜା ଖବର ଲମତାପୁଟରେ ହରିୟାଣା ପୋଲିସ: ୨ ଅନ୍ତରାଜ୍ୟ ଗଂଜେଇ ମାଫିଆ ଗିରଫ

ଲମତାପୁଟରେ ହରିୟାଣା ପୋଲିସ: ୨ ଅନ୍ତରାଜ୍ୟ ଗଂଜେଇ ମାଫିଆ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଦୀପକ ମାଝି): କୋରାପୁଟ ଜିଲା ଲମତାପୁଟ ଅଂଚଳରେ ଏବେ ଛାନଭିନ କରୁଛି ହରିୟାଣା ପୁଲିସ । ୨ଅନ୍ତରାଜ୍ୟ ଗଂଜେଇ ମାଫିଆକୁ ନନ୍ଦପୁର ଓ ଲମତାପୁଟରୁ ଗିରଫ କରିବାରେ ସଫଳ ହୋଇଛି । କିଛି ମାସ ତଳେ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ଅଂଚଳରୁ ହରିୟାଣା ରାଜ୍ୟକୁ ଏକ ଟ୍ରକ ଯୋଗେ ୧୭ କ୍ୟୁଣ୍ଟାଲ ଗଂଜେଇ ଚାଲାଣ କରାଯାଉଥିବା ସମୟରେ ହରିୟାଣା ରାଜ୍ୟର ସ୍ୱପ୍ନାଲି ପୁଲିସ ହାତରେ ଧାରା ପଡିଥିଲା । ଏହି ଘଟଣାରେ ସ୍ୱପ୍ନାଲି ପୁଲିସ କିଛି ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ପୁଲିସର ତଦନ୍ତ ପରେ କୋରାପୁଟ ଜିଲ୍ଲା ଲମତାପୁଟର ପ୍ରଦୀପ ଶର୍ମା ଓ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳର ଜୟରାମ ଜାଲାରୀ ସମ୍ପୃକ୍ତ ରହିଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ହରିୟାଣା SP କୋରାପୁଟ SP ଙ୍କ ସହ ଯୋଗାଯୋଗ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ କୋରାପୁଟ SP ନନ୍ଦପୁର SDPOଙ୍କୁ ନିର୍ଦ୍ଦେଶରେ ଦେଇଥିଲେ । SP ଙ୍କ ନିର୍ଦ୍ଦେଶରେ ଲମତାପୁଟ ଓ ନନ୍ଦପୁର ପୁଲିସ ଏକ ଟିମ ଗଠନ କରି ୨ଅନ୍ତରାଜ୍ୟ ଗଂଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିଲେ । ୨ଗିରଫ ଗଂଜେଇ ମାଫିଆଙ୍କ ହସ୍ତାନ୍ତର କରିଥିବା ନନ୍ଦପୁର sdpo ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି ।

related posts

Leave a Comment