Home Breaking News / ତାଜା ଖବର ସାତ ସିଆରସିସିଙ୍କ ଇସ୍ତଫା: ପ୍ରାପ୍ୟ ପାଇବା ଦାବିରେ ଧାରଣା

ସାତ ସିଆରସିସିଙ୍କ ଇସ୍ତଫା: ପ୍ରାପ୍ୟ ପାଇବା ଦାବିରେ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ବର୍ତ୍ତମାନ ର ମୋହାମାରୀ କୋରନା କୁ ନେଇ ସବୁ ମହଲରେ ଲାଗି ରହିଛି ଆର୍ଥକ ଦୁରାବସ୍ତା । ଏଥିରୁ ବାଧ ପଡିନାହାନ୍ତି ଶ୍ରମିକ ବର୍ଗ ହୁଅନ୍ତୁ କି ସରକାରୀ ଓ ବେସରକାରୀ ଚାକିରୀଆ । ଏଭଳି ସ୍ଥିତିରେ ଉପରିସ୍ଥ ଅଧିକାରୀ ଙ୍କ ଉପେକ୍ଷା ମୁଳକ କାର୍ଯ୍ୟାନୁଷ୍ଠାନ ର ପ୍ରତିବାଦ କରି ଧାରଣ ରେ ବସିଲେ ୭ ଜଣ ସିଆରସିସି ।

ନ୍ୟାୟ ପ୍ରଧାନ ଦାବି କରିବା ସହିତ ପକ୍ଷପାତିତା ନୀତି କୁ ବିରୋଧ କରି ଏକକାଳୀନ ୭ ଜଣ ସିଆରସିସି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ,ଏଠାରେ ଥିବା ଶିକ୍ଷା ଅଧିକାରୀ ଙ୍କ ଅଧିନରେ ୧୩ କ୍ଲୋଷ୍ଟରରେ ୧୩ ଜଣ ସିଆରସିସି କାମ କରୁଛନ୍ତି ।
ଏଫଟିଏ ଓ କଣ୍ଟିଜେନ୍ସି ବାବଦକୁ ସମସ୍ତ ସିଆରସିସି ଙ୍କ ପାଇଁ ଆସିଥିବା ଅର୍ଥ ସମାନ ଭାବରେ ପ୍ରଦାନ କରାଯିବାର ନିୟମ ଥିବା ବେଳେ ୬ ଜଣ ଙ୍କୁ ପକ୍ଷପାତିତା କରି ଅର୍ଥ ଦିଆଯାଇଥିବା ବେଳେ ୭ ଜଣ ଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ବନ୍ଦ ରଖିଥିବା ଅଭିଯୋଗ କରିଛନ୍ତି ଧାରଣାଗତ ସିଆରସିସି ମାନେ ।

ତେବେ ଏଫଟିଏ ଓ କଣ୍ଟିଜେନ୍ସି ଟଙ୍କା ପାଇଥିବା ସିଆରସିସି ମାନେ ଆବଶ୍ୟକ କାଗଜପତ୍ର ଦେଇନଥିବା ବେଳେ ଉପେକ୍ଷିତ ବିଇଓ ଙ୍କ ଦ୍ୱାରା ସିଆରସିସି ମାନେ ଧାର କରଜ କରି ନିଦ୍ଧେଶ ମୁତାବକ ଉପକରଣ କିଣି ସେ ବାବଦକୁ ଭାଉଚର ଜମା ଦେଇଥିଲେ ମଧ୍ୟ ଫାଇଲ ପାସ୍ ନକରି ଅଟକ ରଖିଥିଲେ । ପରେ ଅନ୍ୟ ଛଅ ଜଣ ଟଙ୍କା ପାଇଯାଇଥିବା ଖବର ପାଇ ଅଭିଯୋଗକାରୀ ସାତ ଜଣ ବିଇଓ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟିଥିଲେ । ଆଲୋଚନା ସମୟରେ ବିଇଓ ରାଜେଶ କୁମାର ପ୍ରଧାନ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ଦାବି କରିଥିଲେ । ହେଲେ ସିଆରସିସି ମାନେ ଅରାଜି ହେବାରୁ ଦୃବ୍ୟବହାର ପ୍ରଦର୍ଶନ କରି ଗେଟ୍ଆଉଟ କହି ଅଫିସ ରୁ ବାହାର କରିଦେଇଥିଲେ ବୋଲି ଅଭିଯୋଗ କରି କହିଛନ୍ତି ସିଆରସିସି ମାନେ ।

ଅନ୍ୟପଟେ ଏ ପ୍ରସଂଗରେ ଅସ୍ଥାୟୀ ଭାବେ ଦାୟିତ୍ୱ ତୁଲାଉଥିବା ବିଆରସିସି ରାମଚନ୍ଦ୍ର ରାଉତ ସଫେଇରେ କହିଛନ୍ତି ଆବଶ୍ୟକ କାଗଜପତ୍ର ନଥିବା କାରଣ ରୁ ପୂର୍ବରୁ ଥିବା ବିଇଓ ଭାଉଚରେ ଦସ୍ତଖତ କରିନଥିବା ଯାହା ମୁଁ ଜାଣିଛି । ତେବେ ଧାରଣାଗତ ସିଆରସିସି ମାନଙ୍କ ଜମାବହି ରେ ଏଫଟିଏ ଓ କଣ୍ଟିଜେନ୍ସି ଟଙ୍କା ବାବଦ ଅର୍ଥ ଲାଗିଥିଲେ ମଧ୍ୟ ବିଇଓ ଦସ୍ତଖତ ବିନା ଉଠାଣ ହୋଇପାରୁନାହିଁ । ତେବେ ଏଘଟଣା ବାବଦ ରେ ଡିଇଓ ଓ ଡିପିସି ଙ୍କୁ ଜଣାଇବି ।
ତେବେ ବର୍ତ୍ତମାନ ମୋହାମାରୀ କୋରନା ପରିସ୍ଥିତି ଚାଲିଥିବା ବେଳେ ନିକଟରେ ପଦୋନ୍ନତି ପାଇଥିବା ରାସଗୋବିନ୍ଦପୁର ବିଇଓ ରାଜେଶ କୁମାର ପ୍ରଧାନ ଅନ୍ୟତ୍ର ବଦଳି ହେଇ ଯିବାରୁ ସାତ ଜଣ ସିଆରସିସି ଟଙ୍କା ନପାଇ ହତାଶ ହୋଇପଡିଛନ୍ତି । ଶିଘ୍ର ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି ।

ଅପରପକ୍ଷରେ ରାସଗୋବିନ୍ଦପୁର ବ୍ଲକ ଶିକ୍ଷକ ସଂଘର ଉପଦେଷ୍ଟା ତଥା ସାମ୍ବାଦିକ ଅଶୋକ କୁମାର ମହାନ୍ତି କହିଛନ୍ତି ଯେ ପୂର୍ବରୁ ଥିବା ବିଇଓ ପାତରଅନ୍ତର ର ଜଣନ୍ତ ଉଦାହରଣ । ବଡ ଦୁଃଖ ର କହିଛନ୍ତି ସାତ ଜଣ ଏକକାଳୀନ ଇସ୍ତଫା ଦେବା କଥା ଶୁଣି ବିଇଓ ଯୋଗାଯୋଗ କଲି କିନ୍ତୁ ସେ ଫୋନ ଉଠାଇନଥିଲେ । ସମାନ ଅଧିକାର ସମସ୍ତଙ୍କ ର କିନ୍ତୁ ବିଇଓ କିଛି ଅନୁଗତ କଥା ରେ ଚାଲନ୍ତି ଯାହା ସମସ୍ତ ଙ୍କୁ ଏବାବଦେ ଜଣା । ସବୁ ବଡ କଥା ଥରେ ରାସଗୋବିନ୍ଦପୁର ରୁ ବଦଳି ପରେ ପୁଣି କିଛି ମାସ ପରେ ଆସିବାର ଉଦ୍ଧେଶ୍ୟ ସମସ୍ତ ଙ୍କୁ ଜଣା ତେଣୁ ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉପେକ୍ଷିତ ସିଆରସିସି ମାନଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଦାବି କରିଛନ୍ତି ।

related posts

Leave a Comment