ବ୍ରହ୍ମପୁର ଅଗ୍ରୀଣ ସ୍ବେଚ୍ଛାସେବୀ ସଙ୍ଗଠନ TCC ପକ୍ଷରୁ ଜାରି ରହିଛି ସାପ୍ତାହିକ ସେବା କାର୍ଯ୍ୟକ୍ରମ। କୋରନାର ଦ୍ରୁତ ଅଭିବୃଦ୍ଧିକୁ ଦେଖି ଟିମ ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ। କଟକଣା ଭିତରେ ଟିମ କାର୍ଯ୍ୟରେ ଅନୁପ୍ରାଣିତ ହୋଇଛନ୍ତି ବହୁ ସଦସ୍ୟ। କୋଭିଡ ନିୟମକୁ ଅନୁପାଳନ କରି ଟିମ ପକ୍ଷରୁ ନିଆରା ଢଙ୍ଗରେ ହାତକୁ ନିଆଯାଇଛି ନିଆରା କାର୍ଯ୍ୟକ୍ରମ। ସହରର ବିଭିନ୍ନ ସ୍ଥାନରେ ଥିବା ଟିମର ସଦସ୍ୟମାନେ ନିଜ ନିଜ ଛକମାନଙ୍କରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିଛନ୍ତି। କରୋନା ପରିସ୍ଥିତିରେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ଅହରହ କାର୍ଯ୍ୟ କରୁଥିବା ପୁଲିସ ମାନଙ୍କୁ ମାସ୍କ, ସାନିଟାଇଜର, ଓ ପାଣିବୋତଲ ପ୍ରଦାନ କରାଯାଇଛି।ସହରରେ ଥିବା ଖୋଡ଼ାସିଙ୍ଗି, ଟାଟାବେଞ୍ଜ ଛକ, ଗେଟ ବଜାର, ଫାଷ୍ଟ ଗେଟ୍, ଗୋସିଣିନୁଆଗାଁ, ଲାଞ୍ଜିପଲି, କମାପଲି, କୋର୍ଟପେଟା ଛକ ସମେତ ସହରରେ ଥିବା ସମସ୍ତ ଚେକପୋଷ୍ଟ ମାନଙ୍କରେ ଏବଂ ବ୍ରହ୍ମପୁର ଏସ୍ପି ଅଫିସ ଗେଟ ନିକଟରେ କାର୍ଯ୍ୟ କରୁଥିବା ପୁଲିସ ଭାଇ ଓ ଭଉଣୀମାନଙ୍କୁ ଟିମ ପକ୍ଷରୁ N95 ମାସ୍କ, ପାଣିବତଲ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା। ବଣ୍ଟନ କରାଯାଇଥିବା ଉପକରଣ ଗୁଡିକ ଟିମର ସଦସ୍ୟ ତଥା ଲଳିତ ମଙ୍ଗରାଜ, ଡାକ୍ତର କିରଣ ପାଣିଗ୍ରାହୀ ଓ ଖେମାନୀ ଦମ୍ପତ୍ତି ଯୋଗାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଟିମର ବହୁ ସଦସ୍ୟ ଉପସ୍ଥିତ ରହି କୋଭିଡ ନିୟମକୁ ଅନୁପାଳନ କରି ଏହି ବଣ୍ଟନ କାର୍ଯ୍ୟ କରିଥିଲେ। ଆଗାମୀ ଦିନରେ ଏହିଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବହୁ ସଦସ୍ୟ ସହଯୋଗର ହାତ ବଢାଇବାକୁ ସହମତି ପ୍ରଦାନ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ପୁଣି ନିଆରା କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଟିମ କ୍ଲିନ ସିଟି।
TCC ପକ୍ଷରୁ ଜାରି ରହିଛି ସାପ୍ତାହିକ ସେବା କାର୍ଯ୍ୟକ୍ରମ
Share with