Home Breaking News / ତାଜା ଖବର କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜପଥ ଅବରୋଧ

କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜପଥ ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି। ଗ୍ରାମବାସୀ ମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥ ଉପରେ ଯାନବାହନ ଚଳାଚଳ ଠପ ହୋଇଛି। ଘଟଣାରୁ ପ୍ରକାଶ ଯେ, ନାଇଡୁପେଟା ଗ୍ରାମର ଜି. ତ୍ରୀବେଣି ନାମକ ଜଣେ ମହିଳା କରୋନା ଆକ୍ରାନ୍ତ ହୋଇ ଗତକାଲି ଜେକେପୁର କୋଭିଟି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳୁ ଭର୍ତ୍ତି ହୋଇ ଚିକିତ୍ସା ଚାଲିଥିଲା। ତେବେ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଏହି ଖବର ମିଳିବା ପରେ ଗାଁରେ ଦୁଃଖ ଖେଳି ଯାଇଥିଲା। ଜେକେପୁର କୋଭିଟି ମେଡିକାଲ ଠାରେ ରୋଗୀଙ୍କ ଠିକ ଚିକିତ୍ସା ହେଉନଥିବା ଅଭିଯୋଗ କରି ଆଜି ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା। ଏହାପରେ ନିକଟସ୍ଥ ଅନ୍ୟ ଗ୍ରାମବାସୀ ମାନେ ମିଳିତ ଭାବେ ରାସ୍ତା ଅବରୋଧ କରିଛନ୍ତି। ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତ୍ୟୁର ସଠିକ କାରଣ ଘୋଷଣା କରିବା ସହ ମୃତକ ପରିବାରକୁ ସହାୟତା ଦାବି କରାଯାଇଛି। ଘଟଣାସ୍ଥଳରେ ଚାନ୍ଦିଲି ଥାନା ଅଧିକାରିଣୀ ବିଜୟ ଲକ୍ଷ୍ମୀ ହିକକା ନିଜ ପୁଲିସ କର୍ମଚାରୀଙ୍କ ସହିତ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଲୋକଙ୍କ ଏକ ଜିଦ ଜ଼ିଲ୍ଲା ପ୍ରଶାସନ ଘଟଣା ସ୍ଥଳ ରର ପହଂଚି ଆମରି ଦାବି ପୂରଣ ପାଇଁ ଆମେଅପେକ୍ଷା କରୁଛୁ । ରାସ୍ତାରୋକ ଯୋଗୁଁ ରାଜପଥରେ ସମସ୍ତ ଯାନବାହନ ଚଳାଚଳ ଠପ ହୋଇପଡିଛଏହି ବିଷୟ ନେଇ ଆମେ ଜ଼ିଲ୍ଲାପାଳ ଜ଼ିଲ୍ଲା ମୁଖ୍ୟଚିଖିଚାଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ |

related posts

Leave a Comment