Home Breaking News / ତାଜା ଖବର ବିଶ୍ୱ ଶାନ୍ତି ପାଇଁ ଗୁଣୁପୁରରେ ମହାମୃତ୍ୟୁଞ୍ଜୟ ଯଜ୍ଞ

ବିଶ୍ୱ ଶାନ୍ତି ପାଇଁ ଗୁଣୁପୁରରେ ମହାମୃତ୍ୟୁଞ୍ଜୟ ଯଜ୍ଞ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲା ଉପଖଣ୍ଡ ଆଧ୍ୟାତ୍ମିକ ନଗର ଗୁଣୁପୁର ରେ ଆଜିସ୍ୱାମୀ ବିବେକାନନ୍ଦ ମହିଳା ଯୋଗ ବର୍ଗ ତରଫରୁ ବିଶ୍ୱ ଶାନ୍ତି ଓ କରନା ମହାମାରୀ ରୁ ମାନବ ସମାଜ କୁ ମୁକ୍ତି ପାଇଁ ମହା ମୃତ୍ୟୁଞ୍ଜୟ ମହା ଯଜ୍ଞ ଅନୁଷ୍ଠିତ କରାଯାଇଛି। ସଙ୍ଗମ ତୀର୍ଥ ଅଦୈତ୍ୟ ବେଦାନ୍ତ ଆଶ୍ରମ ତରଫରୁ ଏହି ଭଳି କାର୍ଯ୍ୟକ୍ରମ ମାସ ମାସ ଧରି ବିଭିନ ମନ୍ଦିର ମାନଙ୍କ ରେ ଯଜମାନ ଓ ଧର୍ମ ପରାୟଣ ବ୍ୟକ୍ତି ମାନଙ୍କ ସହଯୋଗରେ କରାଯାଉଛି। କିନ୍ତୁ ମହିଳା ଯୋଗ ସମିତି ଦ୍ୱାରା ଆୟୋଜିତ ଏହି ଅଭିଷେକ ସଦର ମହକୁମା ସ୍ଥିତ ଉମର ମିଲିଙ୍ଗେଶ୍ୱର ମନ୍ଦିରରେ କରାଯାଇଥିଲା। ୨୧ ଜଣିଆ ମହିଳା ସମିତି ଯାହାକି ବିଶ୍ୱ ହିନ୍ଦୁ ପରିଷଦ ର ସମ୍ପର୍କିତ ଅଟେ ଏହି ଦଳ ବିଭିନ ଧାର୍ମିକ କାର୍ଯ୍ୟ ମାନ କରି ଲୋକଙ୍କ ସଂସ୍କାରିତ କରି ଆଧ୍ୟାତ୍ମିକ ଜୀବନରେ ଶାନ୍ତି ଓ ପରମ ଆନନ୍ଦ ଅନୁଭବ କିପରି ପାଇ ପାରିବେତାର ସୂତ୍ର କୁ ସର୍ବ ବ୍ୟାପି କରାଯାଉଛି ବୋଲି ସମିତିର ସଦସ୍ୟା ମନେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ବେଦନ୍ତଶ୍ରମ ର ତତ୍ୱବୋଧକ ଆଚାର୍ଯ୍ୟ ନଳିନୀ ମହାନ୍ତି, ଶରତ ଚନ୍ଦ୍ର ମହାପାତ୍ର, ସନ୍ତୋଷ ମହାନ୍ତି, ଗୁପ୍ତେଶ୍ଵର ମହାପାତ୍ର, ଆମର ଚୌଧୁରୀ ଓ ଅନ୍ୟ ଅନ୍ତେବାସୀ ମିଶି ହବନ ପୂଜନ ଆହୁତି କର୍ମକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ।

related posts

Leave a Comment