Home Breaking News ଭୟାବହ ଅଗ୍ନିକାଣ୍ଡରେ ସାତ ଗୋଟି ପରିବାରର ଘର ପୋଡି ଧ୍ବଂସ

ଭୟାବହ ଅଗ୍ନିକାଣ୍ଡରେ ସାତ ଗୋଟି ପରିବାରର ଘର ପୋଡି ଧ୍ବଂସ

by Times One Odia
Share with
     
 
 
   

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ବ୍ଲକ ସ୍ତିତ ତୁରୁମ ପଞ୍ଚାୟତ ର କାଠ ଚିରା ଗ୍ରାମର ଆଦିବାସୀ ସାହି ରେ ନିଆଁ ଲାଗି ସାତ ଘର ପୋଡି ସର୍ବସାନ୍ତ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ହଟାତ ନିଆଁ ଲାଗି ଯିବାରୁ ସାତ ଜଣ ପରିବାରର ଘର ପୋଡି ପାଉଁଶ ହୋଇଗଲା । ତତ୍ ସଙ୍ଗେ ସଙ୍ଗେ ଚାରି ଗୋଟୀ ଗିଇ ଗୁହାଳ ମଧ୍ୟ ଜଳି ପୋଡି ଯାଇଥିବା ବେଳେ ଭିତରେ ବନ୍ଧା ହୋଇଥିବା ଗାଈ ଗୋଟିଏ ପୋଡି ମୃତ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ଅଶ୍ପଷ୍ଟ ଥିବା ବେଳେ ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ପହଁଞ୍ଚି ନିଆଁ କୁ ଆୟତ କରିବା ସହ ଲୋକଙ୍କୁ ଉଦ୍ଧାର କରିଥିବା ସହ ଘଟଣା ରେ କୌଣସି ଲୋକ ହତାହତ ନ ହେବାର ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ଆରଆଇ ପହଁଞ୍ଚି କ୍ଷୟ କ୍ଷତି ର ଆକଳନ କରିବା ସହ ସେମାନଙ୍କ ରହିବା ଖାଇବା ବନ୍ଦୋବସ୍ତ କୁ ନେଇ କାର୍ଯ୍ୟ ଜାରି ରଖିଛନ୍ତି ।

related posts

Leave a Comment