Home Breaking News / ତାଜା ଖବର କରୋନା ଟୀକାକୁ ନେଇ ଖୁସି ଖବର, ଜୁନ ମାସରେ ଦେଶରେ ଉପଲବ୍ଧ ହେବ ୧୨ କୋଟି ଟୀକା

କରୋନା ଟୀକାକୁ ନେଇ ଖୁସି ଖବର, ଜୁନ ମାସରେ ଦେଶରେ ଉପଲବ୍ଧ ହେବ ୧୨ କୋଟି ଟୀକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ କରୋନା ଟୀକାକୁ ନେଇ ବିରୋଧୀ ପ୍ରତିଦିନ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି । ଏହାରି ମଧ୍ୟରେ କରୋନା ଟୀକାକୁ ନେଇ ବଡ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଜୁନ ମାସରେ ସାରା ଦେଶରେ ଉପଲବ୍ଧ ହେବ ୧୨ କୋଟି ଟୀକା । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା କେତେ ଟୀକା ଦିଆଗଲାଣି ତାକୁ ନେଇ ମଧ୍ୟ ସୂଚନା ଜାରି ହୋଇଛି । ଦେଶରେ ଚାଲିଥିବା ଟିକାକରଣରେ ମୋଟ ୨୧,୨୦,୬୬,୬୧୪ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ମଧ୍ୟରେ ଟିକା ପ୍ରଥମ ଓ ଦ୍ୱିତୀୟ ଖୋରାକ ରହିଛି । ଏହାସହ ଗତ ୨୪ ଘଂଟାରେ ଦେଶରେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା କଥା କୁହାଯାଇଛି । ୯୮,୬୨,୭୭୭ ସ୍ୱାସ୍ଥ୍ୟକର୍ମୀ ଓ ୧,୫୫,୫୯,୯୩୨ କୋଭିଡ ଯୋଦ୍ଧାଙ୍କୁ ଟିକାର ପ୍ରଥମ ଖୋରାକ ଦିଆଯାଇଛି । ୬୭,୭୨,୭୯୨ ସ୍ୱାସ୍ଥ୍ୟ କର୍ମୀ ଓ ୮୪,୮୯,୨୪୧ କୋଭିଡ ଯୋଦ୍ଧାଙ୍କୁ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ ୫,୮୪,୪୦,୨୧୮ ଜଣଙ୍କୁ ଟିକାର ପ୍ରଥମ ଖୋରାକ ଓ ୧,୮୬,୫୦, ୩୭୮ ଜଣଙ୍କୁ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି । ୪୫ ରୁ ୬୦ ବର୍ଷ ବୟସ୍କ ୬,୫୪,୧୧,୦୪୫ ଲୋକଙ୍କୁ ଟିକାର ପ୍ରଥମ ଖୋରାକ ଓ ୧,୦୫,୨୭,୨୯୭ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି । ୧୮ ରୁ ୪୪ ବର୍ଷ ମଧ୍ୟରେ ୧,୮୩,୪୩,୫୦୫ ଟିକାର ପ୍ରଥମ ଖୋରାକ ଓ ୯,୪୨୯ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି । ଏହାସହ ଅନ୍ୟପଟେ ଟିକାର ଅଭାବ କାରଣରୁ ଟିକାକରଣ ବାଧାପ୍ରାପ୍ତ ହେଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା କିଛିଟା ଆଶ୍ୱସ୍ଥ କରିଛି । ମନ୍ତ୍ରଣାଳୟର ସୂଚନା ମୁତାବକ ଜୁନ ମାସରେ ଦେଶରେ ୧୨ କୋଟି ଡୋଜ ଟିକା ଉପଲବ୍ଧ ହେବ । ଏହା ପୂର୍ବରୁ ମେ ମାସରେ ୭.୯୪ ଡୋଜ ଟିକା ଉପଲବ୍ଧ ଥିଲା ।

related posts

Leave a Comment