ଫୁଲବାଣୀ(ସୁନୀଲ ପଟ୍ଟନାୟକ): ମହାମାରୀ କରେ। ନା ସଂକ୍ରମଣ ରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ବିବ୍ୟାଙ୍ଗ ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବା ନେଇ ଏକ ଖୁସି ଖବର ମିଳିଛି । ଟିକା ବାଲି ଅଞ୍ଚଳର ଜଣେ ଦୃଷ୍ଟିଶକ୍ତିହୀନ ଦିବ୍ୟାଙ୍ଗ ଝିଅ କୋରନାରେ ସଂକ୍ରମିତ ହୋଇ ଅସୁସ୍ଥ ହେବାରୁ ତାଙ୍କୁ ଟିକା ବାଲିରେ ଥିବା କୋଭିଡ କେ ଆର ସେଣ୍ଟେରରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା। ସେଠାରେ ତାଙ୍କୁ କିଛିଦିନଚିକିତ୍ସା କରାଯାଇଥିଲା।’ଫଳରେ ସେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ପରେ ଆଜି ସେ ଘରକୁ ଫେରିଥଲେ । କୋଭିଡ଼ କେଆର ସେଣ୍ଟରର ଡାକ୍ତର ସ୍ଵାସ୍ଥ୍ୟକର୍ମୀ ମାନେ ସ୍ଵତନ୍ତ୍ର ଦୃଷ୍ଟିଦେଇ ଚିକିତ୍ସା କରିଥିଲେ। ଫଳରେ ସେ ସୁସ୍ଥ ହୋଇଥିଲେ । ସେ ଦିବ୍ୟ । ଙ୍ଗ ହୋଇଥିବାରୁ ସ୍ୱାସ୍ଥ୍ୟକର୍ମୀମାନେ ଖାଇବା ପିଇବାଠୁ ଆରମ୍ଭ କରି ଟଏଲେଟ ନେବା ଆଣିବାଯାଏ ସମସ୍ତ ବ୍ୟବସ୍ଥା ବୁଝିଥିଲେ। ଏଥି ସହ ମନୋବଳ କୁ ବୃ ର୍ଦ୍ଧି କରିଥିଲେ ତାଙ୍କର ।
ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ଆବଶ୍ୟକ ସେବା ଯତନଫଳରେ ସେ ଅତି ଶିଘ୍ର ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଘରକୁ ଯିବାବେଳେ ଡାକ୍ତର ଓ ସମସ୍ତସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଖବର ଜାଣିବାପରେ
ଜିଲ୍ଲାପାଳ ଡାବୃନ୍ଦ । ଡି. ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାରାଜଶ୍ରୀ ପଟନାୟକ ପ୍ରମୁଖ ଖୁସି ବ୍ୟକ୍ତ କରିବ। ସହ ଟିକାବାଲି କୋଭିଡ ଏକ ଆର ସେଣ୍ଟର ଦାୟୀତ୍ଵରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
କରୋନାରୁ ବିବ୍ୟାଙ୍ଗ ସୁସ୍ଥ ହେଲେ: କୋଭିଡ଼ କେୟାର ସେଣ୍ଟରରେ ଖୁସିର ମାହୋଲ
Share with
previous post