Home Breaking News / ତାଜା ଖବର ରାୟଗଡ଼ା ଉପଖଣ୍ଡ କାମ୍ଫମାଲିଗାଁ ଗ୍ରାମର ଅସହାୟ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଏବଂ ଶୁଖି‌ଲା ଖାଦ୍ୟ ବଣ୍ଟନ କରାଯାଇଛି

ରାୟଗଡ଼ା ଉପଖଣ୍ଡ କାମ୍ଫମାଲିଗାଁ ଗ୍ରାମର ଅସହାୟ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଏବଂ ଶୁଖି‌ଲା ଖାଦ୍ୟ ବଣ୍ଟନ କରାଯାଇଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା(ଧନେଶ୍ବର ରାଉତ): କୋରନା ମହାମାରି କଟକଣା ଯୋଗୁଁ ଖାଦ୍ୟ ସମୟରେ ପିଡ଼ିତ ଥିବା ପରିବାର ,
ରାସ୍ତା କଡ଼ରେ ଥିବା ମାନସିକ ରୋଗି ଓ ନିରୀହ ଯିବ ଜନ୍ତୁଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯାଇଥିଲା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ ଏବଂ କାମ୍ଫମାଲିଗାଁ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତି ସମାଜ ସେବୀ , ଗରିବ ନିରିହଙ୍କ ସାଥି ଶ୍ରୀ ସେଟି ଗାଙ୍ଗାରାଜୁ ନାୟଡୁ ଙ୍କ ନେତୃତ୍ୱରେ ମାଲିଗାଁ ପଞ୍ଚାୟତ ର ଗରିବ ନିରୀହ ବେସାହାରା ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯିବା ସହ ସରକାରଙ୍କ କୋରନା ନିୟମ ମାନିବା,ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରହିବା ପାଇଁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ର ପ୍ରାୟ ୧୫୦ ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧାଖାଦ୍ୟ ଏବଂ ଶୁଖି‌ଲା ଖାଦ୍ୟ ବଣ୍ଟନ କରାଯାଇଛି ।ଉକ୍ତ କୟକ୍ରମରେ କାମ୍ଫମାଲିଗାଁ ର‌ ଭହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା କିଲାନା ସାତିଶ , ମାହେଶ ଶିଦୁଲା , ଆଲମାଣ୍ଡା ରାମବାବୁ , ନୂତନ ଓଡ଼ିଶା ର କଲୋନରା ବ୍ଲକ ପ୍ରତିନିଧି ବନ୍ଧୁ ସାନ୍ତଷ ପଟ୍ଟନାୟକ ଯୋଗ ଦେଇଥିଲେ ।
ଉକ୍ତ କୟକ୍ରମକୁ ଭାରତୀୟ ମଜଦାରୁ ସଂଘ ର ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂହ , ରାୟଗଡ଼ା ବ୍ଳକ ସମ୍ପାଦକ ପ୍ରବକାର ରାତନାଲୁ, ଉପ ସଭାପତି ମୋହନରାଓ ମାଝି ପରିଚାଳନା କରିଥିଲେ ।

related posts

Leave a Comment