Home Breaking News / ତାଜା ଖବର ୧୦ ମାସର ପୁଅର ମରିବାର ୧୮ଘଣ୍ଟାରୁ ଅଧିକ ହେଲାଣି କିନ୍ତୁ ଗୁଣିଆ କଥାରେ ପଡି ବାପା ମା ପୁଅ ବଞ୍ଚିଯିବ ଭାବି ଘରେ ରଖିଛନ୍ତି

୧୦ ମାସର ପୁଅର ମରିବାର ୧୮ଘଣ୍ଟାରୁ ଅଧିକ ହେଲାଣି କିନ୍ତୁ ଗୁଣିଆ କଥାରେ ପଡି ବାପା ମା ପୁଅ ବଞ୍ଚିଯିବ ଭାବି ଘରେ ରଖିଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଲାନି ଏବେ ବି ଆଧୁନିକ ସମାଜରେ ଅନ୍ଧ ବିଶ୍ବାସ ଲୋକଙ୍କ ମନରେ ଭରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ନାରାୟଣପୁର ଗାଁରେ ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୦ ମାସର ପୁଅର ମରିବାର ୧୮ଘଣ୍ଟାରୁ ଅଧିକ ହେଲାଣି କିନ୍ତୁ ଗୁନିଆ କଥାରେ ପଡି ବାପା ମା ପୁଅ ବଞ୍ଚିଯିବ ଭାବି ଘରେ ରଖିଛନ୍ତି ।ମାଁ ପୁଅ ବଞ୍ଚିବ ଆଶାରେ ଖଟରେ ଶୁଆଇଦେଇ ପୁଅର ବଞ୍ଚିବା ବାଟକୁ ଅପେକ୍ଷା କରି ରହିଛି । ନାରାୟଣ ପୁର ଗ୍ରାମର ନବଘନ କର୍ମୀଙ୍କ ୧୦ ମାସର ପୁଅକୁ ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ବୁର୍ଲ୍ଲା ନେଇଥିଲେ ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ଡାକ୍ତର ପୁଅର ମୃତ୍ୟୁ ଘୋଷଣା କରିଥିଲେ ।କିନ୍ତୁ ଘରକୁ ଆସିଲା ପରେ ଘରେ ଏକ ଗୁନିଆ କୁ ଦେଖାଇଥିଲେ ପୁଅ ତୋର ବଞ୍ଚିଯିବ ତାଙ୍କୁ ଡାହାଣୀର କୋପ ରୁ ଏପରି ହୋଇଛି ବୋଲି କହିଥିଲା ।ଦେହରେ ହଲଦୀ ଏବଂ ଚନ୍ଦନ ବୋଲି ଦେଇ ଆସନ୍ତା କାଲି ପର୍ଯ୍ୟନ୍ତ ତୋର ପୁଅ ବଞ୍ଚିଯିବ ବୋଲି ଗୁନିଆ ଜଣକ କହିଲା ପରେ ପୁଅକୁ ବାପା ମାଁ ଏମିତି ଜଗି ବସିଛନ୍ତି ।

related posts

Leave a Comment