ନରସିଂହପୁରରେ ୩୧ କୋଭିଡ ପଜିଟିଭ ଚିହ୍ନଟ ହେଲାବେଳେ ବଡମ୍ବାରୁ ୮ ସମୁଦାୟ ୩୯ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବଡମ୍ବା କୋଭିଡ କେୟାର ସେଣ୍ଟରରେ ଥିବା ନରସିଂହପୁର ସରଧାପୁରର ଜଣେ ଆଜି ଚିହ୍ନଟ ହୋଇଥିବା ଡମଣଗାଡ଼ିଆର ଜଣେ ମହିଳା କଟକ କୋଭିଡ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ରେଫର ହୋଇଛନ୍ତି। ସେହିପରି ନରସିଂହପୁରରୁ ଆଇଁସିଆ, କଣ୍ଟାବଣିଆ, ଲେମ୍ବୋରୁ ଜଣେ ଲେଖାଏଁ ୩ଜଣ ଅପେକ୍ଷାକୃତ ଗୁରୁତର ଥିବାରୁ କଟକ କୋଭିଡ ହସ୍ପିଟାଲ ପଠାଯାଇଛି।
ନରସିଂହପୁର ନିଜିଗଡ଼ରୁ ୪ଜଣ, ଆଇଁସିଆରୁ ୨ଜଣ, ଲେମ୍ବୋରୁ ୨ଜଣ, କାକୁଡିଆରୁ ୨ଜଣ, ପାଇକପଡାପାଟଣାରୁ ୨ଜଣ, ଜିଲିଣ୍ଡାର ହିଞ୍ଜଳଖାଲରୁ ୨ଜଣ, ବରଡ଼ିହ-ଚକ୍ରଗଡ଼ରୁ ୨ଜଣ, ଅଢେଇଗୁଣ୍ଡି, କମଳାଡିହ, ତାଳସାହି, ମହୀଗଡ଼, ଓଡିସିଙ୍ଗା, ହରିପୁର, ନୂଖାପଡା, ଅଢେଇଗୁଣ୍ଡିର ଜେମାଦେଇପୁର, କୋକଳବା, କେନ୍ଦୁପଲ୍ଲୀ, ବାହଳି, ଵୋକଡା, ବାଲିଝରୀରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବଡମ୍ବାର ଗୋପପୁରରୁ ୩ଜଣ, ଡମଣଗାଡ଼ିଆ, ବାଦଭୂଇଁ, କେଶାବେରେଣି, ଖାରୋଡ଼, ଶ୍ୟାମସୁନ୍ଦରପୁର ରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ଚିହ୍ନଟ ହୋଇ ଅଧିକାଂଶ ଜଣ କୋଭିଡ କେୟାର ସେଣ୍ଟରରେ ରଖାଯାଇଛି।