Home Breaking News / ତାଜା ଖବର ସୋସିଆଲ ମିଡିଆରେ ଚତୁର୍ଧାମୂର୍ତିଙ୍କ ଫଟୋ ଭାଇରାଲ! ସିଂହଦ୍ୱାର ଥାନାରେ ଏତଲା

ସୋସିଆଲ ମିଡିଆରେ ଚତୁର୍ଧାମୂର୍ତିଙ୍କ ଫଟୋ ଭାଇରାଲ! ସିଂହଦ୍ୱାର ଥାନାରେ ଏତଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ: ରତ୍ନ ସିଂହାସନରେ ବସିଛନ୍ତି ଚତୁର୍ଧାମୂର୍ତି । ଏହାର ଏକ ଫଟୋ ଏବେ ସୋସିଆଲମିଡିଆରେ ଭାଇରାଲ ହେଉଛି । ଫେସବୁକରେ ରତ୍ନସିଂହାସନର ଫଟୋ ଭାଇରାଲ ହେଉଥିବା ଜଣାପଡିଛି । ମହାପ୍ରଭୁଙ୍କ ଫଟୋକୁ କୋଲକାତାର ଅରିଜିତ ଚନ୍ଦ୍ରା ନାମକ ବ୍ୟକ୍ତି ନିଜ ଫେସବୁକ୍ ଆକାଉଁଟରେ ପୋଷ୍ଟ କରିଛନ୍ତି । ଯାହା ଭାଇରାଲ ହେଉଛି ।

ଏହାରି ଭିତରେ ପ୍ରଶ୍ନ ଉଠୁଛି କରୋନା କାଳରେ ମହାପ୍ରଭୁଙ୍କ ଫଟୋ ଉଠାଗଲା କେମିତି । କିଏ ମନ୍ଦିର ଭିତରକୁ ଯାଇ ଏପରି ଫଟୋ ଅତି ନିକଟରୁ ଉଠାଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ଘଟଣା ନଜରକୁ ଆସିବା ପରେ ସିଂହଦ୍ୱାର ଥାନାରେ ଏତଲା ହୋଇଛି ।

ଫେସବୁକରେ ଭାଇରାଲ ହେଉଥିବା ଫଟୋଟି ଗତ ନୃସିଂହ ଏକାଦଶୀରେ ଅପଲୋଡ ହୋଇଛି । ଏହି ସମୟକୁ ରାଜ୍ୟରେ ଲକଡାଉନ ରହିଥିଲା । ପୁରୀରେ ମଧ୍ୟ ଲକଡାଉନ ଲାଗିଥିଲା । ତେଣୁ ଫେସବୁକରେ ମହାପ୍ରଭୁଙ୍କ ରତ୍ନସିଂହାସନ ଫଟୋ ଉଠିଲା କେମିତି ଓ କିଏ ଉଠାଇଲା । ଫେସବୁକ୍ ରେ ଅପଲୋଡ୍ ହୋଇଥିବା ବ୍ୟକ୍ତି ସେହି ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପହଁଚିଲା କେମିତି । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଏହା ବଡ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁକି ।

related posts

Leave a Comment