Home Breaking News / ତାଜା ଖବର କାଳବୈଶାଖୀରେ ଆମ୍ବ ଗଛ ପଡି ଯୁବତୀର ମୃତ୍ୟୁ

କାଳବୈଶାଖୀରେ ଆମ୍ବ ଗଛ ପଡି ଯୁବତୀର ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ସଦରଝଡ଼ିଆ ସାହିର ଜଣେ ଯୁବତୀ ଉପରେ ଆମ୍ବ ଗଛ ପଡି ଯିବାରୁ ମୃତ୍ୟୁ ଘଟିଛି। ଆଜି ଅପରାହ୍ନ ପ୍ରାୟ ଦୁଇ ଟା ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଣଚାଷ ମୂର୍ତ୍ତି ଧାରଣ କରି ପ୍ରବଳ ବେଗରେ ପବନ ବହିବାରୁ ସିକରପାଇ ଗ୍ରାମର ଧାଡି ତୋଟା ର ଆମ୍ବ ଗଛ ପଡି ବବି ଚମିଆ (୧୭)ପିତା ଗୁରୁ ଚମିଆ ଓ ମାତା ଦଇମତି ଙ୍କ ଝିଅ ଯୁବତୀ ପ୍ରାଣ ହରାଇଛି। ପ୍ରାପ୍ତ ସୂଚନା ଅନୁସାରେ ସିକରପାଇ ଗ୍ରାମର ଝଡ଼ିଆ ସାହିର କିଛି ଯୁବତୀ ମାନେ ମିଶି ନିକଟସ୍ଥ ଧାଡି ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇ ଥିଲେ। ସେମାନଙ୍କ ମଧ୍ୟରୁ ଯିଏ ଯାହାର ଆମ୍ବ ଗୋଟାଇବାରେ ଲାଗିଲେ ସେଥିମଧ୍ୟରୁ ତିନିଜଣ ଏକ ବଡ ଗଛ ତଳେ ଆମ୍ବ ଗୋଟାଉ ଥୁଲେ ସୌଭାଗ୍ୟ ବଶତଃ ପବନ ଆସିବାରୁ ଦଉଡି କରି ଅନ୍ୟ ଦୁଇ ଜଣ ଗଛର ପଛପଟକୁ ଚାଲି ଯାଇଥିଲେ ଦୁର୍ଭଗ୍ୟ ବଶତଃ ଗଛ ମୂଳ ପାଖରେରହି ଯାଇଥିଲା ଅଚାନକ ଗଛଟି କଚାଡି ହୋଇ ପଡିବାରୁ ବବି ର ଅଣ୍ଟାରେ ଆଘାତ ହୋଇ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା । ଅଗ୍ନି ସମ ବହିନୀକୁ ଜଣାଯାଇ ଥିଲା ସେ ଆସି ଦେଖି ଯଦି ରାସ୍ତ ପଟେ ପଡ଼ିଥାନ୍ତା ତାହେଲେ ଆମେ ଗଛ କାଟି ସଫା କରିବା ପାଇଁ ପଡ଼ିଥାନ୍ତ ବୋଲି କହିଥିଲେ। ଖବର ସଂଗ୍ରହ ସମୟ ବେଳକୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲେ ସମ୍ପର୍କୀୟ ଏଥି ପୂର୍ବରୁ ସୂଚନା ଦିଆଯାଇଛି। ଗ୍ରାମବାସୀ ଓ ଭଦ୍ର ବ୍ୟକ୍ତି ଦାବି କରିଛନ୍ତି କି ମୃତକଙ୍କ ପରିବାରକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କିଛି କ୍ଷତି ପୁରାଣ ଦିଆଗଲେ ଶୋକ ସଂତପ୍ତ ପରିବାରକୁ ସନ୍ତାନ ମିଳି ପାରନ୍ତା

related posts

Leave a Comment