Home Breaking News / ତାଜା ଖବର ବୀରମହାରାଜପୁର ପୁଲିସ ପକ୍ଷରୁ ଗଞ୍ଜେଇ ଜବତ

ବୀରମହାରାଜପୁର ପୁଲିସ ପକ୍ଷରୁ ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୁଲିସ ପକ୍ଷରୁ ଗଞ୍ଜାଇ ଜବତ ।ଏକ ନମ୍ବର ବିହୀନ ହୁଣ୍ଡେଇ କାର ଭିତରୁ ଏକ କ୍ୟୁଣ୍ଟାଲ ଗଞ୍ଜାଇ ସହ ଗାଡି ଜବତ ଜବତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ବିଟ ହାଉସ,ଆଗରେ ପୋଲିସ ଦେଖି ଭୟରେ ଉକ୍ତ ଗାଡିଟି ଟୋଲଗେଟରେ ଧୋକା ଦେଇ ପଳେଇବା ପାଇଁ ଚେଷ୍ଟା କରୁଥିଲା ସନ୍ଧେହରେ ବୀରମହାରାଜପୁର ପୋଲିସ ଉକ୍ତ ଗାଡିକୁ ଗୋଡେଇଲା ପରେ ଭୟରେ ରାସ୍ତା ନପାଇ ବୀରମହାରାଜପୁର ଥାନା ଅନ୍ତର୍ଗତ ସହରୀପାଲି ଗାଁ ଭିତରକୁ ଗାଡ଼ିଟି ପୁରେଇ ଦେଇ ସେଠାରେ ଗାଡ଼ଟି ଛାଡ଼ି ଚମ୍ପଟ ମାରିଥିଲା ଅଭିଯୁକ୍ତ। ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ଉକ୍ତ ଗାଡ଼ିଭିତରୁ ଏକ କୁଇଣ୍ଟାଲ ଗଞ୍ଜେଇ ବାହାରି ଥିଲା। ଘଟଣା ସ୍ଥଳରେ ବୀରମହାରାଜପୁର ଏସ୍. ଡି. ପି. ଓ,ଡୋଳାମଣି ଭୋଇ ,ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ସମସ୍ତେ ପହଞ୍ଚି ଭୋର ସକାଳ ୪ଟରେ ଗ୍ରାମ ବାସିଙ୍କ ଉପସ୍ଥିତରେ ଗେଞ୍ଜେଇ ଓଜନ କରି ଗାଡ଼ି ଟିକୁ ବିରମହାରାଜପୁର ଥାନାକୁ ନିଆ ଯାଇଛି ।ଏହି ଗଞ୍ଜେଇର ଅନୁମାନିକ ମୁଲ୍ୟ ପାଞ୍ଚ ଲକ୍ଷ ହେବ ବୋଲି ଜଣା ପଡ଼ିଛି ଏବଂ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ଅନୁସଂଧାର ଯାରି ରଖିଛି।

related posts

Leave a Comment