Home Breaking News / ତାଜା ଖବର ସରପଞ୍ଚଙ୍କୁ ଜୀବନରୁ ମାରି ଦେବାକୁ ଶିକ୍ଷକଙ୍କ ଉଦ୍ୟମ ପଣ୍ଡ: ଥାନାରେ ଏତଲା

ସରପଞ୍ଚଙ୍କୁ ଜୀବନରୁ ମାରି ଦେବାକୁ ଶିକ୍ଷକଙ୍କ ଉଦ୍ୟମ ପଣ୍ଡ: ଥାନାରେ ଏତଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ। ସେ ପୁଣି ଜଣେ ଶିକ୍ଷକ କରିଛନ୍ତି ଏହି ଭଳି ହୀନ ଉଦ୍ୟମ ।ତେବେ ସରପଞ୍ଚଙ୍କ ପାଟି ଶୁଣି ପହଞ୍ଚିଯିବା ଫଳରେ ଶିକ୍ଷକ ଓ ତାଙ୍କ ସହ ଆସିଥିବା ସହଯୋଗୀ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ସିନା ହେଲେ ଆଣିଥିବା ଏକ ବୋଲେରୋ ଗାଡିକୁ ନେଇ ପାରିନଥିଲେ ସେମାନେ। ଏ ଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ସୋନପୁର ଅଞ୍ଚଳରେ,I
ଖବରରୁ ପ୍ରକାଶ ଯେ, ସେହି ଅଞ୍ଚଳର ଜଣେ ଶିକ୍ଷକ ସରପଞ୍ଚ କେଶବ ମୁଠ।ମା ଝି ଙ୍କୁ ରାତି ୮ଟା ବେଳେ ଅନ୍ଧାରର ସୁଯୋଗ ନେଇ କୋଭିଡ- ୧୯ପାସ ଥିବା ଏକ ବୋଲେରୋ ଗାଡ଼ିରେ ଶିକ୍ଷକ ସରୋଜ କୁମାର ସିଂଙ୍କ ସମେତ କପିଳ ଡିଗଲ ଓ ଅନ୍ୟ ୪/୫ ଜଣ ସହ ଯୋଗୀ ଗାଡିରେ ଆସି ସରପଞ୍ଚଙ୍କ ଘର ଦୁଆରେ ଗାଡି ରଖିସରପଞ୍ଚ କେଶବ ଙ୍କୁ ବାହାରକୁ ଡ଼ାକିଥିଲେ। କେଶବ ଘରୁ ବାହାରକୁ ଆସିବା ମାତ୍ରକେ ଦୁବର୍ତ୍ତମାନେ ମାରଣାସ୍ତ୍ର ଧରି ଆକ୍ରମଣ କରିବାଲାଗି ମାଡି ଆସିବା ଦେଖି ସରପଞ୍ଚ କେଶବ ମୁଠା ମାଝି ପ୍ରାଣ ବିକଳରେ ପାଟିକରି ଘର ଭିତରକୁ ଦଉଡି ପଳାଇ ନିଜ ଜୀବନ ବଞ୍ଚାଇଥିଲେ। ଫଳରେ ପାଟିତୁଣ୍ଡ ଶୁଣି ଗାଁ ଲୋକ ଏକାଠି ହୋଇ ସର ପଞ୍ଚଙ୍କ ଘରକୁ ଆସିବାରୁ ଶିକ୍ଷକ ସରୋଜ କୁମାର ସିଂ ଓ ତାଙ୍କ ସହ ଆସିଥିବା ସହଯୋଗୀମାନେ ଦଉଡ଼ି ପଳାଇଥିଲେ। ହେଲେ ସାଙ୍ଗରେ ଆସିଥିବା ବୋଲେରୋ – ଓଡ଼ି- ୧୯କେ-୩୩୨୫କୁ ସରପଞ୍ଚଙ୍କ ଘର ଦୁଆରେ ଛାଡି ଚାଲିଯାଇଥିଲେ।ବୋଲି ସରପଞ୍ଚ କେଶବ ମୁଠା ମାଝି ଦାରିଙ୍ଗବାଡିଥାନାରେ ଏତେଲା ଦେବା ସହ ଦୁର୍ବୁର୍ତ୍ତ ମାନେ ଛାଡି ଯାଇଥିବା ଗାଡିଟିକୁ ପୋଲିସ ଜିମା ଦେଇଥିଲେ।
ଦାରିଙ୍ଗବାଡି ପୋଲିସ ଏନେଇ ୮୯/୨୧ରେ ମମଲା ରୁଜୁ କରି ଘଟଣାର ତଦନ୍ତ କରୁଛି,।
ତେବେ କାହିଁକି ଓ କଣପାଇଁ ସରପଞ୍ଚଙ୍କୁ ଆକ୍ରମଣ କରିବାଲାଗି ଏତେ ସଂଖ୍ୟକ ଲୋକ ଆସିଥିଲେ । ବୋଲେ ରୋ ଗାଡିଟି କାହାର ସେ ନେଇ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଶିକ୍ଷକ ସରୋଜ ସିଂଙ୍କ ସହ ସରପଞ୍ଚଙ୍କ ପୁର୍ବରୁ କୌଣସି କାରଣକୁ ନେଇ ବ୍ୟକ୍ତିଗତ ଶତୃତା ରହିଥିଲା କି?
ଏପରି ଅନେକ ଅସମାହିତ ପ୍ରଶ୍ନକୁ ନେଇ ଦୀରିଙ୍ଗବାଡି ପୋଲିସ ତଦନ୍ତ ଆରମ୍ଭ କରିଛି। ଅତି ଶିଘ୍ର ଅଭିଯୁକ୍ତମାନେ ଧରାପଡିବେ ବୋଲି ତଦନ୍ତକାରୀ ପୋଲିସ ଅଧିକାରି ସୂଚନା ଦେଇଛନ୍ତି । ତେବେ ଦାରିଙ୍ଗବାଡି ପୋଲିସ କେତେ ଶିଘ୍ର ଦୁର୍ବୁର୍ତ୍ତ ମାନଙ୍କୁ ଧରୁଛି ତାହା ଦାରିଙ୍ଗବାଡି ପୋଲିସର ପାରିବା ପଣିଆ ଉପରେ ନିର୍ଭର କରୁଛି ।

related posts

Leave a Comment