Home Breaking News / ତାଜା ଖବର ପୂର୍ବ ଲଦାଖରେ ପହଁଚିଲା କେ ୯ ବଜ୍ର ଟ୍ୟାଙ୍କ, ଡ୍ରାଗନକୁ ଜବାବ

ପୂର୍ବ ଲଦାଖରେ ପହଁଚିଲା କେ ୯ ବଜ୍ର ଟ୍ୟାଙ୍କ, ଡ୍ରାଗନକୁ ଜବାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତ-ଚୀନ ସୀମା ବିବାଦ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ଲଦାଖରେ ଭାରତ ଆଗୁଆ ମୋର୍ଚାରେ କେ ୯ ବଜ୍ର ଟ୍ୟାଙ୍କ ମୁତୟନ କରିଛି । ବର୍ତମାନ ବିବାଦୀୟ ପୂର୍ବ ଲଦାଖରେ ସବୁଠାରୁ ଶକ୍ତିଶାଳୀ କେ ୯ ବଜ୍ର ଟ୍ୟାଙ୍କ ପହଁଚିବା ପରେ ଭାରତୀୟ ସେନାର ବଳ ବଢି ଯାଇଛି । କେ ୯ ବଜ୍ର ଟ୍ୟାଙ୍କ ସୀମାରେ ପହଁଚିବା ପରେ ଲଦାଖ ଗସ୍ତ କରିଛନ୍ତି ଭାରତୀୟ ସେନା ଉପାଧ୍ୟକ୍ଷ ଚଣ୍ଡି ପ୍ରସାଦ ମହାନ୍ତି ।
କିଛି ଦିନ ଆଗରୁ ଖବର ଆସିଥିଲା ଲଦାଖର ବିବାଦୀୟ ସ୍ଥାନ ନିକଟରେ ଚୀନ୍ ସୈନ୍ୟ ବଳ ବଢାଉଛି । ଏହାକୁ ରୁଟିନ୍ ଏକ୍ସସରସାଇଜ୍ ନାଁ ଦେଇଥିଲା ଡ୍ରାଗନ । ଏହାର ଜବାବରେ ଭାରତ ମଧ୍ୟ ପୁରା ସଜାଗ ରହିଛି ବୋଲି କିଛି ଦିନ ଆଗରୁ ସ୍ପଷ୍ଟ କରିଥିଲେ ସେନାମୁଖ୍ୟ ଜେନେରାଲ ଏମଏମ୍ ନରବଣେ । ବର୍ତମାନ କେ ୯ ବଜ୍ର ଟ୍ୟାଙ୍କକୁ ଲଦାଖର ଆଗୁଆ ମୋର୍ଚାରେ ପହଁଚାଇ ଭାରତ , ଚୀନର ଚାଲକୁ କଡା ଜବାବ ଦେବାକୁ ଉଦ୍ୟମ କରିଛି । କୌଣସି ପ୍ରକାର ଯୁଦ୍ଧକାଳୀନ ସ୍ଥିତିକୁ ମୁକାବିଲା କରିବାକୁ ଭାରତ ସକ୍ଷମ ବୋଲି ସେନା କହିଛି । ଗଲୱାନ ଘାଟି ସଂଘର୍ଷ ପରଠାରୁ ଭାରତ-ଚୀନ୍ ସୀମାରେ ସୌହାର୍ଦ୍ୟ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହି ଆସୁଛନ୍ତି । ଭାରତ-ଚୀନ ମଧ୍ୟରେ ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ ଜାରି ରହିଛି ।

related posts

Leave a Comment