Home Breaking News / ତାଜା ଖବର ଗୁଣୁପୁର ନଗର ଭାଜପା ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଗୁଣୁପୁର ନଗର ଭାଜପା ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲା ଉପଖଣ୍ଡ ଗୁଣପୁର ନଗର ଓ ନିକଟବର୍ତ୍ତି ଅଂଚଳରେ କରୋନାରେ ବହୁତ ଗୁଡ଼ାଏ ଯୁବକଙ୍କ ପ୍ରାଣହାନୀ ଘଟିଛି | କରନାର କରାଳ ଗ୍ରାସରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଏହାର ପ୍ରଭାବ ଜିଲାର ଅନେକ ସ୍ଥାନରେ ଅଧିକ ଭାବରେ ରହିଛି ସେହିଭଳି ଗୁଣୁପୁର ଠାରେ ଏହାର ହାର କମ ନୁହେଁ। ଏପରିକି ସହରର ବଡ ବଡ ନେତା ସମାଜସେବୀ ନେତ୍ରୀ ଧର୍ମ ପରାୟଣ ବ୍ୟକ୍ତି ଙ୍କୁ ହରାଇବାକୁ ପଡିଛି ବୋଲି ବାଇ ଗଣପତି କହିଛନ୍ତି। ଏହାକୁ କିପରି ଭାବରେ ରୋକାଯିବ ସେ ବିଷୟରେ ଚିନ୍ତାକରି ଅଞ୍ଚଳବାସିଙ୍କ ନିଦ ହଜିଯାଇଛି | ଏପରି ପରିସ୍ଥିରେ ପ୍ରଶାସନ ଦ୍ୱାରା 18 ବର୍ଷରୁ 44 ବର୍ଷ ଲୋକଙ୍କ ଟୀକାକରଣ ଆଜି ପର୍ଯନ୍ତ ଆରମ୍ଭ ହୋଇନାହିଁ | ଏହା ଘୋର ଅନୁତାପର ବିଷୟ | ଏଣୁ ଆଜି ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ୱାଇ.ଗଣପତିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡା ଜିଲ୍ଲାପାଳଙ୍କୁ ଗୁଣପୁର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଗୁଣପୁର ଅଂଚଳରେ ଯଦି ଅତିଶୀଘ୍ର 18 ବର୍ଷରୁ 44 ବର୍ଷ ଲୋକଙ୍କ ପାଇଁ ଟିକାକରଣର ବ୍ୟବସ୍ତା କରାନଯାଏ ତାହାହେଲା ବିଜେପି ଦ୍ୱାରା ଆଗାମୀ ଦିନରେ ଆନ୍ଦୋଳନ କରାଯିବ | ଏଥି ପାଇଁ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତାହେଲେ ପ୍ରଶାସନ ଦାଇ ରହିବ ବୋଲି ଏହାର କାରଣ ପାର୍ଟିକୁ ଦେବାକୁ ପଡିବ ବୋଲି ପାର୍ଟି ଚେତାବନୀ ଦେଇଛି। ଏଥିରେ ସହଯୋଗ କରିଥିଲେ ନଗର ସଭାପତି ଶ୍ରୀନୁଵାସ ସ୍ୱାଇଁ, ଜଗନାଥପୁର ମଣ୍ଡଳ ସଭାପତି ପୃଥୀବିରଜ ପାଢୀ,ରାଜ୍ୟ ଯୁବନେତା ଫାଲଗୁନି ଶବର, ନଗର ଉପସଭାପତି ରମେଶ ଚନ୍ଦ୍ର ସାହୁ, ନଗର କାର୍ଯ୍ୟାଳୟ ପ୍ରମୁଖ ଜଗଦୀଶ ପଣ୍ଡା, ନଗର ସମ୍ପାଦକ ଟିଂକୁ ପଣ୍ଡା ଓ ଅନ୍ୟାନ କାର୍ଯ୍ୟକର୍ତା |

related posts

Leave a Comment